ବିଶିଷ୍ଟ ଶିଳ୍ପପତି ପୀୟୂଷ ମହାନ୍ତି ବିଜେପିରେ ଯୋଗଦେଲେ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଶିଷ୍ଟ ଶିଳ୍ପପତି ପୀୟୂଷ ମହାନ୍ତି ବିଜେପିରେ ଯୋଗଦେଲେ | ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ପୀୟୂଷ ମହାନ୍ତି ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରୀ ମହାନ୍ତି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ଆସି ବିଜେପିରେ ସାମିଲ ହୋଇଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ପ୍ରଶାନ୍ତ ଜଗଦେବ,ପ୍ରଦୀପ ପାଣିଗ୍ରାହୀ ଙ୍କ ଉପସ୍ତିତିରେ ଯୋଗଦେଇଥିଲେ । ଶ୍ରୀ ମହାନ୍ତି ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଛନ୍ତି । ବିଶେଷ କରି ଗରିବ ଲୋକଙ୍କ ପାଇଁ ମାଗଣା ରାସନ ଯୋଜନା, କୃଷକଙ୍କୁ ପିଏମ କିଷାନ ଯୋଜନା ପାଇଁ ସେ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବିଶ୍ବରେ ଭାରତକୁ ଉଚ୍ଚସ୍ତରକୁ ନେଇଛନ୍ତି । ଭାରତକୁ ଏବେ ପଡ଼ୋଶୀ ଭୟ କରୁଛନ୍ତି ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଥିବା ସେ କହିଛନ୍ତି । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ବୋଲି ଶ୍ରୀ ମହାନ୍ତି ଆଶା ପ୍ରକଟ କରିଛନ୍ତି। ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ । ଓଡିଶାର ବିକାଶ ପାଇଁ ଆମେ କାର୍ଯ୍ୟ କରିବା ବୋଲି ସଂକଳ୍ପ ନେବା ବୋଲି ମଧ୍ୟ ସେ କହିଛନ୍ତି ।

Leave A Reply

Your email address will not be published.