ଖଲିସ୍ତାନ କମାଣ୍ଡୋ ଫୋର୍ସ ମୂଖ୍ୟ ପରମଜିତଙ୍କୁ ପାକିସ୍ତାନରେ ଗୁଳି କରି ହତ୍ୟା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଖଲିସ୍ତାନ କମାଣ୍ଡୋ ଫୋର୍ସର ମୂଖ୍ୟ ପରମଜିତ ସିଂ ପଞ୍ଜୱାଡଙ୍କୁ ଲାହୋରରେ ଗୁଳି କରି ହତ୍ୟା କରାଯାଇଛି । ସେ ରହୁଥିବା ସୋସାଇଟିରେ ବାଇକରେ ଦୁଇ ଜଣ ଆସି ଗୁଳି କରିବା ପରେ ଫେରାର ହୋଇ ଯାଇଥିଲେ । ଘଟଣାସ୍ଥଳରେ ପରମଜିତଙ୍କ ମୃତ୍ୟୁ ଘଟିଥିଲା । ଏଠାରେ ସିଏ ମାଲିକ ସରଦାର ସିଂ ନାମରେ ରହୁଥିଲା । ଭାରତ ସରକାରଙ୍କ ଆତଙ୍କୀ ତାଲିକାରେ ପରମଜିତର ନାମ ଥିଲା । ପାକିସ୍ତାନରୁ ଡ୍ରୋନ ମାଧ୍ୟମରେ ପଞ୍ଜାବକୁ ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର ଚୋରାରେ ପଠାଉଥିଲା । ଏଥିରୁ ମିଳିଥିବା ଅର୍ଥରେ ସେ କେସିଏଫ ଗଠନ କରିଥିଲେ ।୧୯୮୬ରେ ଲାଭା ସିଂଙ୍କ ସହ ସେ ଏହି ସଂଗଠନରେ ଜଡିତ ହୋଇଥିଲେ ।

୧୯୯୦ରେ ସେ ପାକିସ୍ତାନ ପଳାଇ ଯାଇଥିଲା । ୨୦୨୦ରେ ଶୌର୍ଯ୍ୟଚକ୍ର ବିଜେତା ବିଲୱିନ୍ଦର ସିଂ ସାନ୍ଧୁଙ୍କୁ ସେ ହତ୍ୟା କରାଇଥିଲା । ୧୯୯୯ ଚଣ୍ଡୀଗଡ ବିସ୍ଫୋରଣରେ ମଧ୍ୟ ଏହାର ହାତ ଥିଲା । ଏବେ ଖଲିସ୍ତାନ ଆନ୍ଦୋଳନକୁ ସେ ପାକିସ୍ତାନରେ ରହି ତୀବ୍ର କରାଉଥିଲା । ତେବେ କିଏ ତାଙ୍କୁ ହତ୍ୟା କଲା ତାହା ଏଯାଏଁ ପାରିନି ସ୍ପଷ୍ଟ ।

Leave A Reply

Your email address will not be published.