କୋରାପୁଟ ଜିଲ୍ଲା ଶାଖା ଏବିଭିପି ର ସାମ୍ବାଦିକ ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କୋରାପୁଟ ଜିଲ୍ଲା ଶାଖା ଏବିଭିପି ର ସାମ୍ବାଦିକ ସମ୍ମିଳନୀ । ଜାନୁୟାରୀ ୧୨ ତାରିଖ ସ୍ବାମୀ ବିବେକା ନନ୍ଦଙ୍କ ଜୟନ୍ତି ଦିବସ ଠାରୁ ଦେଶ ବ୍ୟାପି ରାଷ୍ଟ୍ରିୟ ଯୁବା ଦିବସ ପାଳନ କରି ଚଲୋ କ୍ୟାମ୍ପସ ଅଭିଯାନ ଆରମ୍ଭ କରିବ ବୋଲି ସୂଚନା ଦେଇଛନ୍ତି ।ବିଜେଡିର ନୂଆଓ, ଯୁବ ଓଡିଶା କାର୍ଯ୍ୟକ୍ରମକୁ ବିରୋଧ କରିଛି ।

ଏହା ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କ ଶୈକ୍ଷିକ ବାତାବରଣ ନଷ୍ଟ କରାଯାଉଛି ବୋଲି ଅଭିଯୋଗ କରିଛି ଏବିଭିପି । ସ୍କୁଲ କଲେଜର ଭିତିଭୁମିର ଉନ୍ନତି ଆଣିବା ସହ ଖାଲି ପଡିଥିବା ଶିକ୍ଷକ ଅଧ୍ୟାପକ ପଦବୀ ପୂରଣ କରିବା ,ଉନ୍ନତ ପାଠାଗାର ବ୍ୟବସ୍ଥା କରିବାକୁ ଦାବି କରିଛି । ଶିକ୍ଷାନୁଷ୍ଠାନକୁ କଳୁଷିତ ନକରି ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ଦାବି କରିଛି ।

ଶିକ୍ଷାନୁଷ୍ଠାନ ପରିସର ରେ କଲେଜ ଛାତ୍ର ଛାତ୍ରୀମାନଙ୍କୁ ନେଇ ଯେଉଁଭଳି ଭାବେ ନୁଆଓ ,ନବୀନ ଓଡିଶା,ଯୁବ ଓଡିଶା କାର୍ଯ୍ୟକ୍ରମ କରାଯାଉଛି ତାକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛି । ଏବିଭିପି ରାଷ୍ଟ୍ରିୟ ସମ୍ପାଦକ ବୁଦ୍ଧଦେବ ବାଘ ,ଏବିଭିପି ରାଜ୍ୟ ସହ ସମ୍ପାଦକ ସୁବାଷ ନାୟକ ଓ ରା୍ଷ୍ଟ୍ରିୟ କାର୍ଯ୍ୟକାରିଣି ସଦସ୍ୟ ତନ୍ମୟ ପ୍ରଧାନ ପ୍ରମୁଖ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଦଳର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମଜୁ ବିରୋଧ କରିଛି ।

Leave A Reply

Your email address will not be published.