ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ |ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ଅବସରରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ ହୋଇଛି। ସ୍ଥାନୀୟ ଶହୀଦ ସ୍ମୃତି ଭବନ ଠାରେ ରବିବାର ଜିଲ୍ଲା ଓକିଲ ସଂଘ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାରିପଦା ସ୍ଥିତ ସ୍ଵତନ୍ତ୍ର ଦୁର୍ନିତୀ ନିବାରଣ ଅଦାଲତର ବିଚାରପତି ଡ ପ୍ରସନ୍ନ କୁମାର ପଣ୍ଡା, ମୁଖ୍ୟବକ୍ତା ଭାବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରବୀର କୁମାର ଦାସ, ଜିଲ୍ଲା ଓକିଲ ସଂଘ ସଭାପତି ବିଭୁପ୍ରସାଦ ଦାସ, ଉପ ସଭାପତି ସୁଜାତା ମିଶ୍ର, ସାଧାରଣ ସମ୍ପାଦକ ବିପ୍ଳବ କୁମାର ବାରିକ, ଯୁଗ୍ମ ସମ୍ପାଦକ ସ୍ୱରୂପ ମିଶ୍ର ପ୍ରମୁଖ ମଞ୍ଚାସିନ ହୋଇଥିଲେ।

ପ୍ରଥମେ କଚେରୀ ପରିସରରେ ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ପ୍ରଦାନ କରାଯାଇଥିଲା। ଏଥିପରେ ଶହୀଦ ସ୍ମୃତି ଭବନରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଉପସ୍ଥିତ ଅତିଥିମାନେ ମଧୁବାବୁଙ୍କ ଜୀବନି, ଜୀବନ ଦର୍ଶନ ଓ ଓଡିଆ ଜାତିକୁ ଉଠାଇ କିପରି ଭାଷାଭିତ୍ତିକ ପ୍ରଦେଶ ଗଠନ ହୋଇପାରିଥିଲା, ସେ ସମ୍ପର୍କରେ ନିଜ ନିଜର ଭାବନା ବ୍ୟକ୍ତ କରିଥିଲେ। ଆଜି ଯେଉଁ ସ୍ୱାଭିମାନୀ ମଧୁବାବୁଙ୍କ ପାଇଁ ଆମେ ଓଡିଆ ବୋଲି ଗର୍ବ କରୁଛୁ ବୋଲି ମତପ୍ରକାଶ କରାଯାଇଛି। ଆଇନ ସେବା କ୍ଷେତ୍ରରେ ୫୦ ବର୍ଷ ପୂର୍ତ୍ତି ଅବସରରେ ବରିଷ୍ଠ ଆଇନଜୀବୀ ହିମାଂଶୁ କୁମାର ପାଣିଗ୍ରାହୀ ଏବଂ ବିଣାପାଣୀ ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ଜିଲ୍ଲା ଓକିଲ ସଂଘର ସଭାପତି ଶ୍ରୀଦାସ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଉପ ସଭାପତି ଶ୍ରୀମତି ମିଶ୍ର ଧନ୍ୟବାଦ୍ ପ୍ରଦାନ କରିଥିଲେ।

ଏହି ଅବସରରେ ଜିଲ୍ଲା ଓକିଲ ସଂଘ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ଛଉ ନୃତ୍ୟ ପରିବେଷଣ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଓକିଲ ସଂଘର ଯୁଗ୍ମ ସମ୍ପାଦକ (ପ୍ରଶାସନ) ପଙ୍କଜ କୁମାର ମହାକୁଡ, ଯୁଗ୍ମ ସମ୍ପାଦକ (ପାଠାଗାର) ସତ୍ୟନାରାୟଣ ବେହେରା, କୋଷାଧ୍ୟକ୍ଷ ପଦ୍ମଲୋଚନ ମହାନ୍ତ, କାର୍ଯ୍ୟକାରୀ ସଦସ୍ୟ ଉତ୍ତମ କୁମାର ଦଳବେହେରା, ମାନସ ରଞ୍ଜନ ବେହେରା, ସୁସ୍ମିତା ଘୋସାଲ, ଗୌତମ ଶଙ୍କର ରାୟ, ସୁଧାଂଶୁ ଶେଖର ପାଲ, ଜ୍ଞାନରଞ୍ଜନ ଜେନା, ସ୍ବପ୍ନା ମହାନ୍ତି, ଦେବରାଜ ମିଶ୍ର ସମେତ ଅନ୍ୟାନ୍ୟ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.