ସେପ୍ଟେମ୍ବର ୭ରେ ସୃଷ୍ଟି ହୋଇପାରେ ଲଘୁଚାପ, ୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଭାରତରେ ମୌସୁମୀ ରହିବ ଦୁର୍ବଳ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ସେପ୍ଟେମ୍ବର ୭ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଭାରତରେ ଦୁର୍ବଳ ମୌସୁମୀ ଜାରି ରହିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗର ଡି.ଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ ସେପ୍ଟେମ୍ବର ମାସରେ ପଛକୁ ପଛ ଆଉ ୨ଟି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଅଗଷ୍ଟ ମାସରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ମୋଟ୍ ତିନୋଟି ଲଘୁଚାପ।

ରାଜ୍ୟରେ ମୌସୁମୀ ଅପସାରଣ ହୋଇନାହିଁ କିନ୍ତୁ ଦୁର୍ବଳ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଯାହା ପ୍ରଭାବରେ ରାଜ୍ୟରେ ଗ୍ରୀଷ୍ମ ତାପ ବଢିବା ସହିତ ପ୍ରବଳ ଗୁଳଗୁଳି ଅନୁଭବ ହେଉଛି । ଜୁନ ୧ ରୁ ସେପ୍ଟେମ୍ବର ୧ ରାଜ୍ୟ ରେ ସମୁଦାୟ ୯୯୧.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ସ୍ବାଭାବିକ ବର୍ଷା ଠାରୁ ୬୯% କମ୍। ପୂର୍ବ ବର୍ଷ ଅକ୍ଟୋବର ୨୫ ରେ ଓଡ଼ିଶା ରୁ ବିଦାୟ ନେଇଥିଲା ମୌସୁମୀ । ଚଳିତ ବର୍ଷ ଆକୋବର୍ ଦ୍ୱିତୀୟ ସପ୍ତାହ ରେ ବିଦାୟ ନେବ ବୋଲି ଆକଲନ କରିଚି ପାଣିପାଗ ବିଭାଗ । ଆସନ୍ତା 24 ଘଣ୍ଟା ପାଇଁ ୧୪ ଜିଲ୍ଲା ର କିଛି ସ୍ଥାନ ରେ ଘଡଘଡି ସହ ବର୍ଷା ହେବ ଏବଂ ୫ ତାରିଖରୁ ସାରା ରାଜ୍ୟରେ ବର୍ଷା ର ପରିମାଣ ବଢିବ ପୂର୍ବାନୁମାନ ହୋଇଛି।

Leave A Reply

Your email address will not be published.