କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ମମତା: ଜାଣନ୍ତୁ କାହିଁକି ?

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗର୍ଜିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବୈର ଓ ମୁମ୍ବାଇର ସାମାଜିକ କର୍ମୀ ତିସ୍ତା ସିତଲବାଦଙ୍କ ଗିରଫଦାରୀକୁ ବିରୋଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଗିରଫଦାରୀକୁ ବିରୋଧ କରି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏହାସହ ସେ କହିଛନ୍ତି, “ବିଜେପିର ସୋସିଆଲ ମିଡିଆରେ କେବଳ ନକଲି ଭିଡିଓ ରହିଛି। ସେମାନେ ମିଛ କଥାର ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଆପଣଙ୍କର ନେତାମାନେ ଭୁଲ ତଥ୍ୟର ପ୍ରଚାର କରୁଛନ୍ତି ଓ ଲୋକଙ୍କୁ ଅପମାନିତ କରୁଥିଲେ ହେଁ ସେମାନଙ୍କୁ ଗିରଫ କରାଯାଉନି।

ଆପଣ କେବଳ ଚୁପ ରହୁଛନ୍ତି। ଏପରି କି ସେମାନେ ଲୋକଙ୍କୁ ହତ୍ୟା କଲେ ବି କେହି ସେମାନଙ୍କୁ ଛୁଇଁବାକୁ କାହାର ସାହାସ କରୁନାହାନ୍ତି। କିନ୍ତୁ ଜଣେ ଯେତେବେଳେ ସତ କହୁଛି, ସେତେବେଳେ ତାଙ୍କୁ ଆପଣମାନେ ଟାର୍ଗେଟ କରିବା ଆରମ୍ଭ କରୁଛନ୍ତି। କ’ଣ ପାଇଁ ସେମାନେ ଜୁବୈରଙ୍କୁ ଗିରଫ କଲେ? ସେ କ’ଣ କରିଛନ୍ତି? କାହିଁକି ଆପଣମାନେ ତିସ୍ତା ସିତଲବାଦଙ୍କୁ ଗିରଫ କଲେ? ସେ କ’ଣ କରିଛନ୍ତି? ଆଜି ଏପରି ଗିରଫଦାରୀକୁ ପୂରା ବିଶ୍ୱ ନିନ୍ଦା କରୁଛି।”

ଜୁବୈରଙ୍କୁ ୨୦୨୦ର ଗୋଟିଏ ମାମଲାରେ ଜେରା କରିବାକୁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଡାକିଥିଲା। ହେଲେ ତାଙ୍କୁ ଆଉ ଏକ ବିବାଦୀୟ ଟ୍ୱିଟ ଘଟଣାରେ ଗିରଫ କରାଯାଇଥିଲା। ଏଥିପାଇଁ ତାଙ୍କୁ ପୂର୍ବରୁ କୌଣସି ପ୍ରକାରର ନୋଟିସ ମଧ୍ୟ ଦିଆଯାଇ ନଥିଲା। ଜେରା ବେଳେ ହିଁ ତାଙ୍କ ନାଁରେ ମାମଲା କରାଯାଇ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

 

Leave A Reply

Your email address will not be published.