ସମୁଦ୍ର ମଝିରେ ଜରୁରୀ ଅବତରଣ କଲା ହେଲିକପ୍ଟର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସମୁଦ୍ର ମଝିରେ ଅବତରଣ କଲା ହେଲିକପ୍ଟର । ସାତଜଣ ଯାତ୍ରୀ ଏବଂ ଦୁଇଜଣ ପାଇଲଟଙ୍କୁ ନେଇ ଯାଉଥିବାଏକ ହେଲିକପ୍ଟର ଆଜି ଆରବ ସାଗରରେ ଜରୁରୀ ଅବତରଣ କରିଛି। ତୈଳ ଏବଂ ପ୍ରାକୃତିକ ଗ୍ୟାସ କର୍ପୋରେସନ୍ ଲିମିଟେଡ୍ ନିକଟରେ ଆରବ ସାଗରରେ ଏହା ଜରୁରୀକାଳୀନ ଅବତରଣ କରିଛି ବୋଲି କମ୍ପାନୀ କହିଛି। ଏପର୍ୟ୍ୟନ୍ତ ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ତୈଳ ଏବଂ ପ୍ରାକୃତିକ ଗ୍ୟାସ କର୍ପୋରେସନ୍ କହିଛି।

ସରକାରୀ ସୂତ୍ର ଅନୁଯାୟୀ, ଉଦ୍ଧାର କାର୍ୟ୍ୟରେ ଭାରତୀୟ ତଟରକ୍ଷୀ ବାହିନୀ ମଧ୍ୟ ଯୋଗ ଦେଇଛନ୍ତି। ଉଦ୍ଧାର କାର୍ୟ୍ୟ ପାଇଁ କୋଷ୍ଟଗାର୍ଡ ଦୁଇଟି ଜାହାଜକୁ ସେହି ସ୍ଥାନକୁ ପଠାଇ ଛନ୍ତି। ଦାମନରୁ ଉଡ଼ାଣ ଭରିଥିବା ଏହି ଡର୍ନିଅର୍ ବିମାନ ଆରବ ସାଗର ଭିତରେ ମୁମ୍ବାଇ ଠାରୁ ୭ ନଟିକାଲ ମାଇଲ ଦୂରରେ ଅବତରଣ କରିଥିବା ସୂଚନା ମିଳିଛି। ତେବେ କ’ଣ ପାଇଁ ଜରୁରୀ ଅବତରଣ କଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

 

Leave A Reply

Your email address will not be published.