କଂଗ୍ରେସକୁ ମମତାଙ୍କ ଚେତାବନୀ ଦେଲେ ମମମତା, ଟିଏମସିକୁ ଚାହୁଁଛ ତ ସିପିଏମ ମୋହ ଛାଡ଼

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟର ଆଞ୍ଚଳିକ ରାଜନୀତି ତୀଵ୍ର ହୋଇଛି। ଗୋଟିଏ ପଟେ ଜାତୀୟ ସ୍ତରରେ କଂଗ୍ରେସ ସବୁଠୁ ବଡ଼ ବିରୋଧୀ ଦଳ ହୋଇଥିଲେ ମଧ୍ୟ ଆଗାମୀ ନିର୍ବାଚନରେ ଆଞ୍ଚଳିକ ସ୍ତରରେ ଶକ୍ତିଶାଳୀ ଥିବା ବିରୋଧୀଙ୍କୁ ନେଇ ଆଗକୁ ବଢ଼ିବାକୁ ଚାହୁଁଛି।ଏପରିକି ଏଥିପାଇଁ ବିଭିନ୍ନ ସ୍ତରରେ ପ୍ରୟାସ ମଧ୍ୟ ଜୋରଦାର ହେଉଛି। ଏପରିକି ବିଜେପିକୁ ସତ୍ତାରୁ ହଟାଇବା ପାଇଁ ବିରୋଧୀ ଭୋଟକୁ ଭାଗ ନ କରାଇଦେବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଉଦ୍ୟମ ଚାଲିଛି। କିନ୍ତୁ ଏଭଳି ସ୍ଥିତିରେ ଅନ୍ୟତମ ପ୍ରମୁଖ ବିରୋଧୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଦେଶର ରାଜନୈତିକ ଗଣିତ ଅଲଗା ହୋଇଥିବା ବେଳେ ବିଭିନ୍ନ ରାଜ୍ୟରେ ଅଲଗା ଗଣିତ ଦେଖିବାକୁ ମିଳେ। ସେହିଭଳି ପଶ୍ଚିମବଙ୍ଗରେ ସିପିଏମ ମଧ୍ୟ ଏକ ପ୍ରମୁଖ ଦଳ। ଯାହା ସହ ବିଭିନ୍ନ ସମୟରେ କଂଗ୍ରେସ ମେଣ୍ଟରେ ଥାଏ। କିନ୍ତୁ ସିପିଏମ ସହ ରାଜ୍ୟରେ ମିଶିକି ଲଢ଼ିବାକୁ ଉଦ୍ୟମ କଲେ ଆଗାମୀ ଲୋକସଭା ନିର୍ବାଚନରେ ଟିଏମସିର ସପୋର୍ଟ ମିଳିବ ନାହିଁ ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି ମମତା। ଏପରିକି ରାଜ୍ୟରେ ବିଜେପି, କଂଗ୍ରେସ ଏବଂ ବାମପନ୍ଥୀ ଦଳଗୁଡିକର ଭିତିରିଆ ବୁଝାମଣା ଅଛି ବୋଲି ମମତା ପୂର୍ବରୁ କହିଥିଲେ।

ଏପରିକି ଏବେ ବେଙ୍ଗଲବାସୀ ଶାନ୍ତିରେ ରହୁଥିବା ବେଳେ ବିରୋଧୀମାନେ ବେଙ୍ଗଲରେ ଶାନ୍ତି ନ ଥିବା କହିବାକୁ ଜୋରଦାର ବିରୋଧ କରିଛନ୍ତି ମମତା। କଂଗ୍ରେସ ଅନେକ ରାଜ୍ୟ ଶାସନ କରିଥିବା ବେଳେ ସିପିଏମ କଂଗ୍ରେସର ବଡ଼ ବନ୍ଧୁ ବୋଲି କହିଛନ୍ତି ମମତା। କିନ୍ତୁ ଲୋକସଭା ନିର୍ବାଚନ ବେଳେ ବିଜେପି ବିରୋଧରେ ସହଯୋଗ ମାଗିଲେ ସେ ଦେବେ କିନ୍ତୁ ସିପିଏମ ସହ ମେଣ୍ଟ କରି ଏ ସହଯୋଗ ମାଗିବାକୁ ଆସିଲେ ଚଳିବ ନାହିଁ ବୋଲି ରୋକଠୋକ ଜଣାଇ ଦେଇଛନ୍ତି ମମତା। ରାଜ୍ୟରେ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଚାଲିଥିବା ମମତା କହିଛନ୍ତି। କିନ୍ତୁ ଅଳ୍ପ କିଛି ଉଦାହରଣ ଦେଇ କଂଗ୍ରେସ ବିଜେପି ଓ ସିପିଏମ ସରକାରଙ୍କୁ ବଦନାମ କରିବାକୁ ଚାହୁଁଥିବା ସେ କହିଛନ୍ତି।

Leave A Reply

Your email address will not be published.