ୟୁକ୍ରେନ ସୀମାରେ ପରମାଣୁ ଅସ୍ତ୍ର ଖଞ୍ଜିଲା ଋଷ, ଭୟରେ ୟୁକ୍ରେନବାସୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରୁଷ୍-ୟୁକ୍ରେନ ଯୁଦ୍ଧ ପରିସ୍ଥିତି ଦିନକୁ ଦିନ ଜଟିଲ ପରିସ୍ଥିତି ଆଡ଼କୁ ମୁହାଁଉଛି। ୟୁକ୍ରେନ ସୀମାରେ ପରମାଣୁ ଅସ୍ତ୍ର ଖଞ୍ଜିଛି ଋଷ। ଶୁକ୍ରବାର ପୁଟିନ୍ କହିଛନ୍ତି ଯେ ମସ୍କୋ ବେଲାରୁଷକୁ ନିଜର ପ୍ରଥମ ବ୍ୟାଚ୍ ପରମାଣୁ ଅସ୍ତ୍ର ପଠାଇଛି। ବେଲାରୁଷ ଦେଇ ୟୁକ୍ରେନ ସୀମାରେ ପରମାଣୁ ଅସ୍ତ୍ରକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ତର୍ଜାତୀୟ ଗଣମାଧ୍ୟମ ତଥ୍ୟ ମୁତାବକ, ଋଷ ୟୁକ୍ରେନ ସୀମାରେ ପରମାଣୁ ହତିଆର ମୁତୟନ କରିବାକୁ ଯାଉଛି। ଏହାକୁ ସୁନିଶ୍ଚିତ କରିଛନ୍ତି ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୋ। ସେ କହିଛନ୍ତି ଯେ, ‘ଆମ ପାଖରେ ମିସାଇଲ ଓ ବୋମା ରହିଛି ଯାହା ଆମକୁ ଋଷ ଠାରୁ ମିଳିଛି। ଏବେ ଋଷ ଯେଉଁ ଅସ୍ତ୍ର ମୁତୟନ କରିବାକୁ ଯାଉଛି ତାହା ହିରୋସିମା, ନାଗାସାକି ଉପରେ ପଡିଥିବା ପରମାଣୁ ବୋମା ଠାରୁ ୩ ଗୁଣ ଶକ୍ତିଶାଳୀ’। ୧୯୯୧ ପରେ ପ୍ରଥମ ଥର ପାଇଁ ଋଷ ଏପରି ପରମାଣୁ ଅସ୍ତ୍ର ମୁତୟନ କରିଥିବା ଜଣାପଡିଛି।

Leave A Reply

Your email address will not be published.