ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମନୀଷ ସିସୋଦିଆଙ୍କୁ ଆଶ୍ୱସ୍ତି । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀର ପୂର୍ବ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ଜାମିନ ଆବେଦନ ଉପରେ ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ ବି ଅନ୍ୟ ଏକ ଆବେଦନ ଉପରେ କୋର୍ଟ ଆଶ୍ୱସ୍ତି ଦେଇଛନ୍ତି । ସିସୋଦିଆ ତାଙ୍କ ଚିକିତ୍ସାଧିନ ସ୍ତ୍ରୀଙ୍କ ସହ କଥା ହୋଇପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି । କୋର୍ଟ ତରଫରୁ ଜେଲ ଅଧିକ୍ଷକଙ୍କୁ ଆଦେଶ ଦେଇଛନ୍ତି କି ଜେଲର ନିୟମ ମୁତାବକ ସିସୋଦିଆ ଦିନ ୩ ଟାରୁ ୪ଟା ମଧ୍ୟରେ ଭିଡିଓ କଲ ମାଧ୍ୟମରେ ତାଙ୍କ ସ୍ତ୍ରୀ ସହ କଥା ହୋଇପାରିବେ ।

ସୂଚନା ଥାଉକି ସିସୋଦିଆ ଏବେ ସିବିଆଇ ଓ ଇଡି ଦ୍ୱାରା ଦାଖଲ କରାଯାଇଥିବା ମାମଲା ମୁତାବକ ନ୍ୟାୟିକ ହେପାଜତରେ ରହିଛନ୍ତି । ସିବିଆଇ ଦ୍ୱାରା ଦାଖଲ ହୋଇଥିବା ମାମଲାରେ ବିଶେଷ ବିଚାରପତି ମାର୍ଚ୍ଚ ୩୧ ତାରିଖରେ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିଥିଲେ । ସେପଟେ ଇଡି ଦ୍ୱାରା ଦାଖଲ ହୋଇଥିବା ମାମଲାରେ ମଧ୍ୟ ସିସୋଦିଆଙ୍କୁ ଏପର୍ୟ୍ୟନ୍ତ ଜାମିନ ମିଳିପାରି ନାହିଁ ।

Leave A Reply

Your email address will not be published.