ହେବନି ମେଣ୍ଟ, ଏକାକୀ ଲଢ଼ିବ ବିଜେପି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହେବନି ମେଣ୍ଟ, ଏକାକୀ ଲଢ଼ିବ ବିଜେପି।  ଦିଲ୍ଲୀରୁ ଫେରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏନେଇ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ରାଜ୍ୟରେ ବିଜେଡି ସହ କୌଣସି ମେଣ୍ଟ ହେବନି। ୧୪୭ ବିଧାନସଭା ଏବଂ ୨୧ ଲୋକସଭାରେ ବିଜେପି ଏକା ଲଢିବ। ଏପରିକି ରାଜ୍ୟରେ ମଧ୍ୟ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମନମୋହନ।  ବିଜେପି ୨୦୨୪ ଲୋକସଭା ନିର୍ବାଚନ ଜିତିବା ସହ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମନମୋହନ ।

 ଓଡିଶାରେ ବିଜେପି ଏକାକୀ ସରକାର କରିବ । ଲୋସଭାରେ ମଧ୍ୟ 21ଟି ସିଟରେ ବିଜେପି ବିଜୟୀ ହେବା ସହ ତୃତୀୟ ଥର ପାଇଁ ଦେଶର ପ୍ରଧାମମନ୍ତ୍ରୀ ହେବେ । ବିଜେଡି ବିଜେପି ମେଣ୍ଟ ନେଇ ହେଉଥିବା ଚର୍ଚ୍ଚା ଏକ ଗୁଜବ । ଲୋକ ଏଥର ବିଜେପିକୁ ଛପର ଫାଡିକି ଭୋଟ ଦେବେ । ବିଧାନସଭାରେ ବିଜେପି କେତେ ସିଟିର ବିଜୟୀ ହେବେ ତହା ଜ୍ୟୋତିଷଙ୍କୁ ପଚାରିଲେ କହିବେ । ବିଜେଡି ସହ ମେଣ୍ଟର ପ୍ରଶ୍ନ ଉଠୁନାହିଁ । କାରଣ ସେମାନେ 147 ସିଟ୍ ଜିତିବା କହିଛନ୍ତି। ”

୧୦୦ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଘୋଷଣା ନେଇ ପ୍ରତିକ୍ରିୟା ରଖିଛନ୍ତି ମନମୋହନ ସାମଲ । ସେ କହିଛନ୍ତି , ”ଲୋକସଭା ନିର୍ବାଚନ ପାଇଁ ୧୦୦ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଖୁବଶୀଘ୍ର ପ୍ରକାଶ ପାଇବ । ତାଲିକା ପ୍ରକାଶ ପରେ ଓଡ଼ିଶାର କେତେ ଜଣଙ୍କ ନାମ ରହିଛି ତାହା ଜଣାପଡିବ । ରାଜ୍ୟରେ ବିଜେଡି ସହ ବିଜେପିର କୌଣସି ନିର୍ବାଚନୀ ମେଣ୍ଟ ହେବ ନାହିଁ । ”

Leave A Reply

Your email address will not be published.