ମାଓ କମାଣ୍ଡର ମୋତିରାମ ଗିରଫ

0

ଓଡ଼ିଆ ନ୍ୟୁଜ୍: ମାଓ କମାଣ୍ଡର ମୋତିରାମ ଓରଫ ରାକେଶ ଉସେଣ୍ଡି ଗିରଫ। ମାଲକାନଗିରି ସୀମାନ୍ତରେ ଶୁକ୍ରବାର ପୁଣି ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ସମୟରେ ମୋତିରାମକୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ। ପୂର୍ବରୁ ମୋତିରାମ ନାମରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର। ଘଟଣାସ୍ଥଳରୁ ଯବାନମାନେ ଗୋଟିଏ ବନ୍ଧୁକ, ବିସ୍ଫୋରକ ସମେତ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛିନ୍ତି।

ତେବେ କାଙ୍କେର ଜିଲ୍ଲା ଅନ୍ତର୍ଗତ ଛୋଟେବେଠିଆ ଥାନା ଅଧୀନ ଜଙ୍ଗଲରେ ଡିଆରଜି, ବିଏସଏଫ୍ ଯବାନ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ସମୟରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିବାବେଳେ, ମୋତିରାମକୁ କାବୁ କରିଛନ୍ତି ସୁରକ୍ଷାକର୍ମୀ।

Leave A Reply

Your email address will not be published.