ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା

0

ଓଡ଼ିଆ ନ୍ୟୁଜ୍: ଜଷ୍ଟିସ ଅରିନ୍ଦମ ସିହ୍ନା ହେଲେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି। ବର୍ତ୍ତମାନ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ଚଳିତ ମାସ ୧୯ରେ ତାଙ୍କର କାର୍ଯ୍ୟକାଳ ସରୁଥିବାବେଳେ, ୨୦ ତାରିଖରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱରେ ରହିବେ ଜଷ୍ଟିସ ସିହ୍ନା। ଏନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଷ୍ଟିସ ଅରିନ୍ଦମ ସିହ୍ନା ପଶ୍ଚିମବଙ୍ଗରେ ୧୯୬୫ ସେପ୍ଟେମ୍ବର ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ।

ଆଇନ ଶିକ୍ଷା ଶେଷ କରିବା ପରେ ୧୯୯୧ ମାର୍ଚ୍ଚ ୧୧ ତାରିଖରେ ଆଇନଜୀବୀ ଭାବେ ନାମ ପଞ୍ଜିକରଣ କରିଥିଲେ। ୨୦୧୬ ମାର୍ଚ୍ଚ ୧୪ ତାରିଖରେ କଲିକତା ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ ଜଷ୍ଟିସ ଅରିନ୍ଦମ ସିହ୍ନା। ଏହାପରେ ୨୦୨୧ରେ ତାଙ୍କୁ ଓଡିଶା ହାଇକୋର୍ଟକୁ ବଦଳି କରାଯାଇଥିଲା। ୨୦୨୧ ଅକ୍ଟୋବର ୮ରେ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରି ସେବେଠାରୁ କାର୍ଯ୍ୟ କରି ଆସୁଛନ୍ତି ସିହ୍ନା।

Leave A Reply

Your email address will not be published.