ଯୁବ ସୃଜନଶୀଳ ପ୍ରତିଭା ଙ୍କୁ ନେଇ ଆୟୋଜିତ ହେଲା ମୟୂରଭଞ୍ଜ ବିଉଟିଜର ପ୍ରଥମ କ୍ରିଏଟର୍ସ୍ ମିଟ ଅପ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅନନ୍ୟ କଳାର ପ୍ରଦେଶ ମୟୂରଭଞ୍ଜ ଏହାର ପ୍ରତିଭାଙ୍କୁ ନେଇ ଗର୍ବିତ ଏବଂ ଆଜି ବିଂଶ ଶତାବ୍ଦୀର ଦୁଇ ଦଶନ୍ଧି ପରେ ପ୍ରଥମଥର ପାଇଁ ଏହି ସର୍ଜନାତ୍ମକ ମାଟିରେ ଯୁବ ସୃଜନଶୀଳ ବ୍ୟକ୍ତି ମାନଙ୍କୁ ନେଇ ରବିବାର ଦିନ ଏକ ସମ୍ମିଳନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ କ୍ରିଏଟର୍ସ୍ କନ୍ସୋର୍ଟିୟମ୍ ମିଟ ଅପ୍ ନାମରେ ନାମିତ ଏହି ସମାରୋହ ବାରିପଦା ଦେଉଳି ସ୍ଥିତ ୱାଟର ପାର୍କ ଠାରେ ସମସ୍ତ ଯୁବପ୍ରତିଭା ମାନେ ଏକତ୍ରିତ ହୋଇ ଏହି ସମାରୋହକୁ ପାରମ୍ପାରିକ ଶୈଳୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଆରମ୍ଭ କରିଥିଲେ।

ଏହି ସମାରୋହ ସନ୍ଧ୍ୟାରେ ପ୍ରଥମେ, ଯୁବ ସୃଜକ ତଥା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶ୍ରୀ ରାକେଶ କୁମାର ବେହେରା ଏହି ସମାରୋହର ସହ ସଂସ୍ଥାପକ ନିଜର ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀ ପୁରୁଷୋତ୍ତମ ଅଗ୍ରୱାଲ, ସଭାପତି, ମୟୂରଭଞ୍ଜ ବିଉଟିଜ୍, ଏହି ସମାରୋହରେ ଆସିଥିବା ଅତିଥି ତଥା ସମସ୍ତ ସୃଜନଶୀଳ ବ୍ୟକ୍ତିତ୍ଵ ମାନଙ୍କର ପରିଚୟ ପ୍ରଦାନ କରିଥିଲେ।ଲବ ହାଁସଦା, ଆନ୍ତର୍ଜାତୀୟ ଟ୍ରାଭେଲ ଭ୍ଲଗର୍ , ପାଠୀ ବ୍ରଦର୍ସ -ମାଲିକ, ଶ୍ରଷ୍ଟା ଇଭେଣ୍ଟ , ଦିବ୍ୟାଜୋତି ପାଣିଗ୍ରାହି- ମାଲିକ, ଡ୍ୟାମ୍ ଭିଉ ଇକୋ ପାର୍କ, ଜୟଷ ପାତ୍ର, ମୟୂରଭଞ୍ଜ କ୍ରିଏଟର୍ସ୍ କନ୍ସୋର୍ଟିୟମ୍ ପ୍ରତିଷ୍ଠାତା- ଶ୍ରୀୟାନସୁ ପ୍ରଧାନ, ସହ-ପ୍ରତିଷ୍ଠାତା- ଜ୍ୟୋତିର୍ମୟୀ ନାଥ, ସଂଯୋଜକ- ଦେବବ୍ରତ ଦେ, ତତ୍ସହିତ ଏହି ସମାରୋହର ଲୋଗୋ ମୁଖ୍ୟ ଅତିଥିଙ୍କ ଦ୍ଵାରା ଉନ୍ମୋଚନ କରାଯାଇ ଆନୁଷ୍ଠାନିକ ଭାବରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆସିଥିବା ସମସ୍ତ ସୃଜନଶୀଳ ଯୁବ ପ୍ରତିଭା, ଏବଂ ଏହି କାର୍ଯ୍ୟକ୍ରମ ସମାରୋହର ପ୍ରାୟୋଜକ ମାନଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ସମାରୋହର ପ୍ରଥମ ଅଧିବେଶନ ସମାପ୍ତ ହୋଇଥିବା ବେଳେ, ଦ୍ଵିତୀୟ ଅଧିବେଶନରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସମୀକ୍ଷା ପାଢ଼ୀଙ୍କ ଦ୍ଵାରା ଏକ ଶାସ୍ତ୍ରୀୟ ଛଉ ନୃତ୍ୟ ପରିବେଷଣ ହୋଇଥିବାବେଳେ ଯୁବସଂଗିତକାର ଅଙ୍କିତ ଯୋଶୀ ଓ ଜ୍ୟୋତିର୍ମୟୀ ନାଥଙ୍କ ନିଜ ଭାବପୂର୍ଣ୍ଣ କଣ୍ଠରେ ସଙ୍ଗୀତ ପରିବେଷଣ କରିଥିଲେ ।

ପ୍ରସିଦ୍ଧ ନୃତ୍ୟ ତଥା ସିନେ ତାରକା ଡଲ୍ ମିଶ୍ର ଏବଂ ଶିଶୁ କଳାକାର ଲତାସା ଖୁରାନା ନିଜ ମନମୁଗ୍ଧକର ନୃତ୍ୟରେ ସମସ୍ତଙ୍କ ମନୋରଞ୍ଜନ କରିଥିଲେ। ଉପସ୍ଥାପିକା ଖୁସି କୁମାର ମଞ୍ଚ ପରିଚାଳନା କରିଥିଲେ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ମୟୂରଭଞ୍ଜ କ୍ରିଏଟରସ କନ୍ସୋର୍ଟିୟମ୍ ର ସମସ୍ତ ସଭ୍ୟ ସଭ୍ୟା ମାନେ ଏହି ସମାରୋହ ସନ୍ଧ୍ୟାକୁ ମନଭରି ଉପଭୋଗ କରିଥିଲେ । ଯୁବପ୍ରତିଭା ଏବଂ ପ୍ରମୁଖ ମାଧ୍ୟମ ସୋସିଆଲ ମିଡ଼ିଆ ର ଅନ୍ତର୍ନିହିତ ଶକ୍ତି ଏହି କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ଥିବା ବେଳେ ଏହି ସମାରୋହ ଭବିଷ୍ୟତରେ ଜିଲ୍ଲା ରାଜ୍ୟ ତଥା ସମଗ୍ର ଦେଶରେ ପ୍ରଗତି ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ବୋଲି କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଶ୍ରୀ ଦେଵବ୍ରତ ଦେ ମତବ୍ୟକ୍ତ କରିଛନ୍ତି| ସୂଚନା ଥାଉକି, ଅଂକୁର ଖୁରାନା, ସୁରଜ କିରଣ ଦାସ, ଶୋଭନ, ନିଖିଳ, କୁମାର ରାକେଶ, ଜେପି ମହାପାତ୍ର, ଶୁଭମ ପ୍ରସାଦ, ହରେକୃଷ୍ଣ ପାତ୍ର ଏବଂ ମୁକ୍ତି ଦତ୍ତ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂଚାଳନ କରିଥିଲେ।

Leave A Reply

Your email address will not be published.