ମାଇନିଙ୍ଗ ଅଧିକାରୀଙ୍କୁ ବେଆଇନ ବାଲି ଉତ୍ତୋଳନକାରୀ ଆକ୍ରମଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମାଇନିଙ୍ଗ ଅଧିକାରୀଙ୍କୁ ବେଆଇନ ବାଲି ଉତ୍ତୋଳନକାରୀ ମାନଙ୍କ ଦ୍ବାରା ଆକ୍ରମଣ ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବାରିପଦା ଓ ତିରିଂ ଠାରେ ଦୁଇଟି ଆକ୍ରମଣ ମାମଲା ଥାନାରେ ହୋଇଛି।

ଉଭୟ ତିରିଂ ଏବଂ ବାରିପଦାର ମାଇନିଙ୍ଗ ଅଧିକାରୀଙ୍କ ଉପରେ ଆକ୍ରମଣ। ବାରିପଦା ସହର ସନ୍ନିକଟ ବୁଢାବଳଙ୍ଗ ନଦୀ କୂଳରେ ଥିବା କରତବସା ନିକଟରେ ଏକ ବେଆଇନ ବାଲି ଗାଡ଼ି ଜବତ କରି ତା ନିକଟରୁ ୩୦ ହଜାର ୬୧୨ ଟଙ୍କା ଜରିମାନା ଆଦାୟ କରିଥିଲେ। ଏହାପରେ ମାଇନିଙ୍ଗ ଅଧିକାରୀ ଦିଲ୍ଲିପ କୁମାର ମାହାନ୍ନା ଏବଂ ତାଙ୍କର କର୍ମଚାରୀ ମାନେ ଅନ୍ୟ ଏକ ସ୍ଥାନକୁ ଯିବାକୁ ବାହାରୁଥିବା ସମୟରେ ପଛପଟୁ ସେମାନଙ୍କ ଉପରକୁ ପଥର ଫିଙ୍ଗି ଆକ୍ରମଣ କରିଥିଲେ।

ଏ ସମ୍ପର୍କରେ ବାରିପଦା ଟାଉନ ଥାନା ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରୀ ରହିଛି। ଅନୁରୂପ ଭାବରେ ଅନ୍ୟ ଜଣେ ମାଇନିଙ୍ଗ ଅଧିକାରୀ ଉଦୟଭାନୁ ସାହୁଙ୍କ ଉପରେ ତିରିଂ ଅଞ୍ଚଳରେ ମଧ୍ୟ ଆକ୍ରମଣ ହୋଇଛି। ତିରିଂ ଥାନା ଅନ୍ତର୍ଗତ ବିଜୟବସାରୁ ଫେରିବା ବାଟରେ ପୋଡା ଅଞ୍ଚଳରୁ ଦୁଇଟି ନମ୍ବର ବିହୀନ ବାଲି ଟ୍ରାକ୍ଟରକୁ ଅଟକ ରଖି ଯାଞ୍ଚ କରିଥିଲେ। ବେଆଇନ ଚାଲାଣ ଦେଖି ଥାନାକୁ ନେଉଥିବା ବାଟରେ ଅଧିକାରୀଙ୍କ ଗାଡିକୁ ଧକ୍କା ଦେଇ ଝାରଖଣ୍ଡ ପଟକୁ ଫେରାର ହୋଇଯାଇଥିଲେ। ଏନେଇ ତିରିଂ ଥାନାରେ ଅଭିଯୋଗକ୍ରମେ ଏକ ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.