ସୁମନ ଓ ରାଜେଶ ସ୍ମାରକୀ ଅହୋରାତ୍ର କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁମନ ଓ ରାଜେଶ ସ୍ମାରକୀ ଅହୋରାତ୍ର କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ | ପାନପୁର କୁ ହରାଇ କଇଥଖୋଲା ଚମ୍ପିୟାନ।  ସ୍ଥାନୀୟ ବାସଠି ରାଧାବଲ୍ଲଭପୁର, ଖେଳ ପଡିଆ ଠାରେ ଶାନ୍ତି ନିକେତନ ୟୁଥ୍ କ୍ଳବ୍ ଆନୁକୁଲ୍ୟ ରେ ଏକ ଅହୋରାତ୍ର କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇ ଯାଇଛି।

ଏଥିରେ ମୋଟ ଆଠ ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ସମାଜସେବୀ ବିଭୂତି ଭୂଷଣ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ପ୍ରଦୀପ୍ତ ମହାନ୍ତି ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଦଶ ଅଭର ଖେଳ ବିଶିଷ୍ଟ ମ୍ୟାଚ୍ ଅନୁଷ୍ଟିତ ହୋଇ ଥିଲା ବେଳେ ମନୋଜ ବେହେରା ଓ ମୃତ୍ୟୁଞ୍ଜୟ ରାଉତ ଅମ୍ପାୟର ଭାବେ ଦାୟିତ୍ଵ ତୁଲାଇଥିଲେ। ଶେଷ ତଥା ଅନ୍ତିମ ମ୍ୟାଚ୍ ରେ ପାନ ପୁର କୁ ହରାଇ କଇଥ ଖୋଲା ଟିମ୍ ଚମ୍ପିୟାନ ହୋଇପାରିଥିଲା।

ବିଜୟୀ ଦଳ କୁ ଦଶ ହଜାର ଟ୍ରଫି ଓ ରନସ ଅପ୍ ଦଳକୁ ଛଅ ହଜାର ଟ୍ରଫି ପ୍ରଦାନ କରାଯାଇଛି। ମ୍ୟାନ ଅଫ ଦି ସିରିଜ ଭାବେ ହେମନ୍ତ ଭୋଇ ଓ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ମାନସ ବାରିକ୍ କଇଥ ଖୋଲା ଟିମ୍ ରେ ଘୋଷଣା କରାଯାଇଛି।କ୍ଳବ୍ ର ସଭାପତି ବିଜୟ ବାରିକ୍ ଓ ସମ୍ପାଦକ ସପନ ଶେଣ୍ଡ ଓ ସଦସ୍ୟ ରୂପକ ବାରିକ୍, ସଞ୍ଜୟ ବାରିକ୍, ତାପସ ବାରିକ୍, ବିଶ୍ଵ ରଞ୍ଜନ ଦାସ, ସ୍ବଦେଶ ବାରିକ୍, ରବୀନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ସଫଳ କରାଇ ଛନ୍ତି।

Leave A Reply

Your email address will not be published.