ସଂପୂର୍ଣ୍ଣ ଜଳି ଗଲା ଦୁଇ ବଖରା ଚାଳଘର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସଂପୂର୍ଣ୍ଣ ଜଳି ଗଲା ଦୁଇ ବଖରା ଚାଳଘର | କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକ କେସୁଭଦ୍ରା ଗ୍ରାମର ଉର୍ଲାକା ସୁନାମଣି କିଛି ଦିନ ତଳେ ନିଜ ଗ୍ରାମ ଛାଡ଼ି ନିଜ ଜମି ଥିବା ରାମଚନ୍ଦ୍ରପୁର ସିଲ୍କାଯୋଡ଼ି ଚାଲିଯାଇଥିଲା |

କିନ୍ତୁ ତଳେ ତାଙ୍କ ସ୍ତ୍ରୀ ସୀତାଲୁ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବାରୁ ଛୁଆର ଯନ୍ତ୍ର ନେବା ନିମନ୍ତେ ଶଶୁର ଗାଁ କାପେଲବାଡ଼ିରେ ଦୀର୍ଘ ଦୁଇ ମାସ ହବ ପିଲା ଛୁଆ ସହିତ ରହି ଉର୍ଲାକା ସୁନାମଣି ଜମିକୁ ଯିବାଆସିବା କରୁଥିଲେ। ହେଲେ ଆଜି କେହି ଦୂର୍ବୁତ ତାଙ୍କ ଘରେ ନିଆଁ ଲଗାଇ ଚାଲି ଯାଇଥିବାରୁ ଦୁଇ ବଖରା ଚାଳଘର ସଂପୂର୍ଣ୍ଣ ଜଳି ଛାରଖାର ହୋଇଗଲା।

ଯାହାଫଳରେ ଘରେ ବର୍ଷକ ପାଇଁ ମଜୁତ୍ ରଖିଥିବା ଖାଇବା ସାମଗ୍ରୀ ଠାରୁ ଆରମ୍ଭ କରି ପିନ୍ଧିବା ଏପରିକି କିଛି ହାତଗୁଞ୍ଜ ଟଙ୍କା ମଧ୍ୟ ପଡ଼ି ନଷ୍ଟ ହୋଇଯାଇ ଥିବାରୁ ଉର୍ଲାକା ସୁନାମଣି ପରିବାର ଘର ଦ୍ଵାର ହରାଇ ମୁଣ୍ଡରେ ହତ ଦେଇ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି। ଏହି ସମୟରେ ସରକାରୀ ସାହାଯ୍ୟ ମଧ୍ୟ ଲୋଡ଼ିଛନ୍ତି ଉର୍ଲାକା ସୁନାମଣି।

Leave A Reply

Your email address will not be published.