ଜୟପୁର ବିମାନ ବନ୍ଦରରୁ ଜବତ ହେଲା ନଅ ଲକ୍ଷ ଟଙ୍କା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜୟପୁର ବିମାନ ବନ୍ଦରରୁ ଜବତ ହେଲା ନଅ ଲକ୍ଷ ଟଙ୍କା। ବିଶେଷ ସୂତ୍ରରୁ ଖବର ପାଇ ନିର୍ବାଚନ ଦାୟିତ୍ବରେ ଥିବା ଜୟପୁର ସ୍କ୍ୱାର୍ଡ ଟିମ୍ ମ୍ୟୁନିସିପାଲଟି ନିର୍ବାହୀ ଅଧକାରୀ ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକ ଓ ଜୟପୁର ଗୋଷ୍ଠୀ ଉନ୍ନୟନ ଅଧକାରୀ ଶ୍ରୀ ଶକ୍ତି ମହାପାତ୍ର ଏବଂ ଜୟପୁର ସଦର ପୋଲିସଙ୍କ ସହ ମିଳିତ ଚଢ଼ାଉ କରି ନଗଦ ନଅ ଲକ୍ଷ ଟଙ୍କା ଜବତ କରିଥିଲେ।

ମିଳିଥିବା ସୂଚନା ମୁତାବକ ଦୁଇ ଜଣ ବ୍ୟକ୍ତି ଜୟପୁର ବିମାନ ବନ୍ଦରରୁ ଭୁବନେଶ୍ଵରକୁ ଯାତ୍ରା କରିବା ସମୟରେ ବ୍ୟାଗେଜ୍ ସ୍କିନିଂ ବେଳେ ବ୍ୟାଗ୍ ମଧ୍ୟରେ ଟଙ୍କା ଥିବା ନଜରକୁ ଆସିଥିଲା। ଏହାର ଖବର ପାଇ, ଜୟପୁର ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଟିମ୍ ଏହି ଟଙ୍କା କୁ ଜବତ କରିଥିଲେ। ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ସରକାରୀ ନିୟମ ଅନୁଯାୟୀ ପଚାଶ ହଜାର ଟଙ୍କା ରୁ ଉର୍ଦ୍ଧ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଏ |

ତାହେଲେ ସେଥିର ସମସ୍ତ ତଥ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ପଡ଼ିଥାଏ। ଉକ୍ତ ବ୍ୟକ୍ତିଙ୍କ ଦୁଇ ଜଣକ ଠାରୁ ଜବତ ହୋଇଥିବା ଟଙ୍କାର ସଂପୂର୍ଣ୍ଣ ବିବରଣୀ ଦେଇନପାରିବାରୁ ଟଙ୍କାକୁ ଜବତ କରି ଜୟପୁର ସ୍ବତନ୍ତ୍ର କୋଷାଗାର ମଧ୍ୟରେ ନିବୁଜ କରି ରଖାଯାଇ ଥିବା ଜଣାପଡିଛି। ସରକାରଙ୍କ ନୀୟମ ଅନୁଯାୟୀ ନିର୍ଦ୍ଧାରିତ ସମୟ ଅନୁସାରେ ଯଦି ଜବତ ହୋଇଥିବା ଟଙ୍କାର ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରି ପାରିବେ ଉକ୍ତ ଟଙ୍କା ଫେରସ୍ତ ପାଇ ପାରିବେ ବୋଲି ଜ୍ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ମୁନ୍ସିପାଲଟି ଅଧିକାରୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.