ଦୁଆରଶୁଣୀ ଘାଟିରେ ସଡ଼କ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜର ଦୁଆରଶୁଣୀ ଘାଟିରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ବସ ଡ୍ରାଇଭର ଗୁରୁତର ଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବସଟି ଭାରସାମ୍ୟ ହରାଇ ପାହାଡରେ ପିଟି ହୋଇଯାଇଛି ।

ଫଳରେ ଡ୍ରାଇଭର ଚାପି ହୋଇ ଗୁରୁତର ଆହତ ହୋଇଛନ୍ତି । ୨୦ରୁ ଅଧିକ ଆହତ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସୟମରେ ଏକ ଘରୋଇ ଯାତ୍ରୀବାହୀ ବସ ଅନୁଗୋଳରୁ ମୁର୍ସିଦାବାଦ ଅଭିମୁଖେ ଯାଉଥିଲା । ବସରେ ମୋଟ 70ରୁ 75 ଯାତ୍ରୀ ବସିଥିଲେ । ହଠାତ ଦୁଆରଶୁଣୀ ଘାଟିରେ ବସଟି ଭାରସାମ୍ୟ ହରାଇ ପାହାଡରେ ପିଟି ହୋଇଥିଲା । ଫଳରେ ଡ୍ରାଇଭର ଜଣଙ୍କ ବସ ଭିତରେ ଚାପି ହୋଇ ରହିଥିବା ବେଳେ ପାଖାପାଖି 20ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

ଏନେଇ ଖବର ପାଇ ବାଙ୍ଗିରିପୋଷି ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହ ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲକୁ ପଠାଇଥିଲେ । ଡ୍ରାଇଭରଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ସେପଟେ ବାଙ୍ଗିରିପୋଷି ଥାନା ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଦୁର୍ଘଟଣା ର ତଦନ୍ତ ଜାରି ରଖିଛି। ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ପରିଚୟ ମିଳିପାରି ନାହିଁ । ଯାତ୍ରୀଙ୍କ ପାଇଁ କାଳ ସାଜିଛି ଦୁଆରଶୁଣୀ ଘାଟି । ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଏଠାରେ ଘଟିଚାଲିଛି ।

Leave A Reply

Your email address will not be published.