ବିଜେଡି ବାରିପଦା ବିଧାୟକ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡି ବାରିପଦା ବିଧାୟକ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା । ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ବିଧାନସଭା ନିର୍ବାଚନ ପାଇଁ ବାରିପଦା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ସାନନ୍ଦ ମାରାଣ୍ଡିଙ୍କୁ ଦଳ ପକ୍ଷରୁ ଲଢ଼ିବା ପାଇଁ ମନୋନୀତ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ବାରିପଦା ସହର ଠାରେ ଧୁମଧାମର ସହିତ ସ୍ୱାଗତ କରାଯାଇଛି । ଆଜି ସନ୍ଧ୍ୟା ସମୟରେ ସହରର ବିଭିନ୍ନ ସ୍ଥାନରେ ସାନନ୍ଦ ଙ୍କୁ ଫୁଲମାଳ ସହିତ ଉପଢୌକନ ପିନ୍ଧାଇ ଦଳର କର୍ମକର୍ତ୍ତା ମାନେ ସ୍ୱାଗତ କରିଥିଲେ ।

ତେବେ ଏହି ନିର୍ବାଚନ ସେ ଏକା ଲଢ଼ୁ ନାହାନ୍ତି ବରଂ ସମସ୍ତ ଜନସାଧାରଣ ଲଢ଼ିବେ ଏବଂ ବିପୁଳ ପରିମାଣରେ ଭୋଟ ଦେଇ ବିଜୁ ଜନତା ଦଳକୁ ଜିତାଇବେ ବୋଲି ଶ୍ରୀ ମାରାଣ୍ଡି କହିଛନ୍ତି।

Leave A Reply

Your email address will not be published.