ଭରତ ଆଦିବାସୀ ପାର୍ଟି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ର ଏବଂ ରାଜ୍ୟ ସରକାରର ଶାସକ ଦଳ ଆଦିବାସୀମାନଙ୍କୁ ପ୍ରତାରଣା କରିଛନ୍ତି। ଆଦିବାସୀମାନଙ୍କ ଜଳ, ଜଙ୍ଗଲ ଏବଂ ଜମି ଛଡ଼ାଇ ନେବାକୁ ଶାସକ ଦଳମାନେ ପ୍ରତିଦିନ ଉଦ୍ୟମ କରୁଛନ୍ତି, ଯାହା ଆଦିବାସୀ ସମାଜରୁ ଆଉ ଲୁଚି ନାହିଁ। ଜଳ ଜଙ୍ଗଲ ଜମି ଉପରେ ଆଦିବାସୀମାନଙ୍କର ପ୍ରାକୃତିକ ଅଧିକାର ସୁନିଶ୍ଚିତ କରିବା ପାଇଁ ଜୁଲାଇ 2023 ରେ ଆଦିବାସୀ ପାର୍ଟି ଗଠନ କରାଯାଇଥିଲା। ଗତ ଆଠ ମାସ ମଧ୍ୟରେ ଭାରତ ଆଦିବାସୀ ପାର୍ଟି ଚାରିଜଣ ବିଧାୟକ ଏବଂ 13 ଲକ୍ଷ ଭୋଟ୍ ନେଇ ସାରା ଦେଶରେ ଆଦିବାସୀ ସମାଜର ଏକ ଦୃଢ ସ୍ୱର ପାଲଟିଛି।

ସାମାଜିକ, ସାଂସ୍କୃତିକ, ସାମ୍ବିଧାନିକ, ପ୍ରାକୃତିକବାଦୀ ଚିନ୍ତାଧାରା ଏବଂ ସଂଗଠନ ଗଠନ ତଥା ଜନ ପ୍ରତିନିଧୀ ଚୟନ ପ୍ରଣାଳୀ ସର୍ବାଧିକ ଗ୍ରହଣ କରାଯାଉଛି, ଯେଉଁ କାରଣରୁ ଭାରତ ଆଦିବାସୀ ପାର୍ଟି ଏପର୍ଯ୍ୟନ୍ତ ୯ ଟି ରାଜ୍ୟକୁ ବୃଦ୍ଧି ପାଇଛି ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଆସାମ, ଝାଡଖଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନର ଏବଂ ମହାରାଷ୍ଟ୍ରରେ ପହଞ୍ଚି ସାରିଛି ।ବର୍ତ୍ତମାନ ପର୍ଯ୍ୟନ୍ତ ସଂସଦ ଏବଂ ବିଧାନସଭା କୁ ଯାଇଥିବା ସାଂସଦମାନେ ଓ ବିଧାୟକମାନେ ନଜେ ନିଜ ଦଳର ପ୍ରତିନିଧୀ କରିଛନ୍ତି କେବେ ବି ମୟୂରଭଞ୍ଜ ର ବିକାସ କଥା କରି ନାହାନ୍ତି କି ନିଜ ଆଦିବାସୀ ସମ୍ପ୍ରଦାୟର ପ୍ରତିନିଧୀ ମଧ୍ୟ କରି ନାହାନ୍ତି।

ଆଜି ବିଶ୍ୱବିଜୟୀ ପଣ୍ଡା ଭାରତ ଆଦିବାସୀ ପାର୍ଟି ରେ ଯୋଗ ଦେଲେ ତାଙ୍କ ସହିତ ହେମ ବେଶ୍ରା, ବାଘ୍ରାୟ ମୁର୍ମୁ, ଭାଗବତ ହାଁସଦା, କ୍ରିଷ୍ଣା ମୁଣ୍ଡା ଏବଂ କୁଆଁର ମାରାଣ୍ଡି ମଧ୍ୟ ଯୋଗ କରିଲେଭାରତ ଆଦିବାସୀ ପାର୍ଟି, ଓଡ଼ିଶାର ରାଜ୍ୟ ସଭାପତି ଶ୍ରୀ କରୁଣାକର ମୁର୍ମୁ ଆଜି ପ୍ରେସ ବାର୍ତ୍ତା କରି ସମ୍ବୋଧନ କରିଥିଲେ। ଏଵଂ କହିଛନ୍ତି ମୟୂରଭଞ୍ଜ ର ସମସ୍ତ ବିଧାନସଭା ଆସନରେ ପ୍ରାର୍ଥୀ ଦେବେ ଏଵଂ ଲୋକସଭା ଆସନ ରେ ମଧ୍ୟ ପ୍ରାର୍ଥୀ ଦେବେ ବୋଲି ସୂଚନା ଦେଇଛନ୍ତି।

Leave A Reply

Your email address will not be published.