କର୍ଣ୍ଣାଟକ ମନ୍ତ୍ରୀ ଇଶ୍ୱରପ୍ପାଙ୍କ ଅଡ଼ୁଆ ବଢ଼ିଲା; ମାମଲା ରୁଜୁ କଲା ଉଡୁପି ପୁଲିସ୍‌

0

କର୍ଣ୍ଣାଟକାର ଜଣେ କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ଫସିଥିବା ମନ୍ତ୍ରୀ କେଏସ୍‌ ଈଶ୍ୱରପ୍ପାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲଙ୍କ ଭାଇ ପ୍ରଶାନ୍ତ ଇଶ୍ୱରପ୍ପାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତ ରାଜମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କେ.ଏସ୍ .ଶ୍ୱରପ୍ପାଙ୍କୁ ଦୁର୍ନୀତି ଏବଂ ଠକେଇ ଅଭିଯୋଗରେ କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲ ମଙ୍ଗଳବାର ଉଡୁପିରେ ଆତ୍ମହତ୍ୟା କରିଛନ୍ତି। ପାଟିଲ ହିନ୍ଦୁ ଯୁବା ବାହିନିଙ୍କ ଜାତୀୟ ସଚିବ ଥିଲେ। ସେ ଆତ୍ମହତ୍ୟା ପାଇଁ ମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଉଡୁପି ପୁଲିସ୍‌ ମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କରିଛି। ଆଇପିସିର ଧାରା ୩୦୬ ଅନୁଯାୟୀ ମାମଲା କରାଯାଇଥିବା ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ସନ୍ତୋଷ କିଛି ଦିନ ପୂର୍ବରୁ ନିଖୋଜ ହୋଇଯାଇଥିଲେ ଏବଂ ବେଲାଗାଭି ପୋଲିସ ତାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ସେ ତାଙ୍କ ବନ୍ଧୁମାନଙ୍କୁ ଏକ ବାର୍ତ୍ତା ପଠାଇଛନ୍ତି ଯେ ତାଙ୍କ ମୃତ୍ୟୁ ପାଇଁ ଇଶ୍ୱରପ୍ପା ସିଧାସଳଖ ଦାୟୀ ରହିବେ ଏବଂ ମନ୍ତ୍ରୀଙ୍କୁ ଦଣ୍ଡ ଦିଆଯାଉ।

କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲ ଗ୍ରାମାଞ୍ଚଳ ଓ ପଞ୍ଚାୟତରାଜ ବିଭାଗର ଗୋଟିଏ କାମ ନେଇଥିଲେ।୪ କୋଟି ଟଙ୍କାର ଏହି କାମ ପାଇଁ ମନ୍ତ୍ରୀ ଈଶ୍ୱରପ୍ପାଙ୍କ ସହଯୋଗୀମାନେ ତାଙ୍କୁ ୪୦% କମିସିନ ଦେବାକୁ କହିଥିଲେ। ଏ ସମ୍ପର୍କରେ ସନ୍ତୋଷ ପାଟିଲ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ମଧ୍ୟ ଗୋଟିଏ ଚିଠି ଲେଖିଥିଲେ। ଏହାକୁ ନେଇ ବିବାଦ ଜାରି ରହିଥିବା ବେଳେ ଗତକାଲି ଉଡୁପି ସ୍ଥିତ ଗୋଟିଏ ଘରୋଇ ଲଜ୍ ଭିତରୁ ସନ୍ତୋଷ ପାଟିଲଙ୍କ ମୃତଦେହ ମିଳିଥିଲା।

Leave A Reply

Your email address will not be published.