ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ! ଏକାକୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟ ଚର୍ଚ୍ଚା ଆଜି ପୁଣି ଥରେ ନୂଆମୋଡ଼ ନେଇଛି ।  ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହାକୁ ମନ ଗଢା କାହାଣୀ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟରେ ବିଜେପି ଏକାକୀ ଲଢିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ମନମୋହନ କହିଛନ୍ତି, “ରାଜ୍ୟରେ ବିଜେପି ଏକାକୀ ବିଜେପି ଲଢ଼ିବ ଓ ସରକାର ଗଢିବ ଏଥିରେ କୌଣସି ଦ୍ୱିମତ ନାହିଁ ।

ଚର୍ଚ୍ଚା ଆଲୋଚନା ଚାଲିଛି ହେଲେ ଏଥିରେ କୌଣସି ସ୍ପଷ୍ଟତା ନାହିଁ।” ସେ ଆହୁରି ମଧ୍ୟ କହିଛନ୍ତି, “ନିର୍ବାଚନ ପ୍ରସ୍ତୁତିକୁ ନେଇ ଦିଲ୍ଲୀରେ ଶୀର୍ଷ ନେତୃବୃନ୍ଦଙ୍କ ସହ ଆଲୋଚନା ପାଇଁ ଯାଇଥିଲୁ । ନିର୍ବାଚନ ପ୍ରସ୍ତୁତି ସହ ଅନ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି। ଶୀର୍ଷ ନେତୃବୃନ୍ଦମାନେ ଦିଲ୍ଲୀରେ ଓଡ଼ିଶାରେ ମେଣ୍ଟ ସରକାର ନେଇ କୌଣସି ଆଲୋଚନା କି ଚର୍ଚ୍ଚା କରିନାହାନ୍ତି । ମୁଁ ଆଗରୁ ମଧ୍ୟ ଏ ବିଷୟରେ ସ୍ପଷ୍ଟ କରିଛି । ଦିଲ୍ଲୀରେ ଓଡ଼ିଶାରେ ଓ କେନ୍ଦ୍ରରେ କିଭଳି ବିଜେପି ସରକାର ଗଢିବ କେବଳ ସେହି ସମ୍ବନ୍ଧରେ ଆଲୋଚନା ହୋଇଛି । ଏଣୁ ମେଣ୍ଟକୁ ନେଇ କୌଣସି ସମ୍ଭାବନା ନାହିଁ । ରାଜ୍ୟରେ ବିଜେପି ଏକାକୀ ଲଢ଼ିବ ଓ ସରକାର ଗଢିବ । ମେଣ୍ଟକୁ ନେଇ ମନଗଢା କାହାଣୀ କୁହାଯାଉଛି ।”

୩ ଦିନିଆ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ମେଂଟକୁ ନେଇ କୌଣସି ପ୍ରକାରର ଆଲୋଚନା ଦିଲ୍ଲୀରେ ହୋଇନାହିଁ । ବିଜେପି ରାଜ୍ୟରେ ଏକାକୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିବ । ଗତ ଦୁଇଦିନ ଧରି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ରାଜ୍ୟର ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହେଉଥିଲା । ବିଜେଡି ସହ ମେଂଟ ପାଇଁ କୌଣସି ପ୍ରକାରର ଆଲୋଚନାକୁ ସେ ଫାଙ୍କି ଦେଇଥିଲେ । ଗତ ମାର୍ଚ୍ଚ ୧ତାରିଖରେ ସେ ଦେଇଥିବା ବୟାନକୁ ଆଜି ମଧ୍ୟ ଦୋହରାଇଥିଲେ ।

Leave A Reply

Your email address will not be published.