ଆଜି ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ମୋଦିଙ୍କ ବିଶାଳ ଜନସମାବେଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗତ ରାତିରେ ଓଡ଼ିଶାରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ । ସକାଳ ୧୦ଟାରେ ବ୍ରହ୍ମପୁର ଏବଂ ଦିନ ସାଢ଼େ ୧୨ଟାରେ ନବରଙ୍ଗପୁର ପାପଡ଼ାହାଣ୍ଡିରେ ପ୍ରଧାନମନ୍ତ୍ରୀଙ୍କ ଜନସଭା କାର୍ଯ୍ୟକ୍ରମ ରହିଛି।

ସକାଳ ପ୍ରାୟ ୯ଟାରେ ମୋଦି ଭୁବନେଶ୍ୱର ରାଜଭବନରୁ ବାହାରି ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁର ଗସ୍ତରେ ବାହାରିଥିଲେ । ଏବେ ସେ ବ୍ରହ୍ମପୁରରେ ପହଞ୍ଚି ସାରିଛନ୍ତି । ବିଜେପିର ବରିଷ୍ଠ ନେତାମାନେ ତାଙ୍କୁ ସ୍ୱାଗତ କରିଛନ୍ତି ।ସକାଳ ୧୦ଟାରେ ଏଠାରେ ସମ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିଲା । ସମସ୍ତଙ୍କ ଆଶା ମୋଦି ମଧ୍ୟ ଓଡ଼ିଶା ସରକାରଙ୍କ ବିରୋଧରେ ବର୍ଷିବେ । କାରଣ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସି ଟ୍ରେଲର ଦେଖାଇ ସାରିଛନ୍ତି । ରାଜ୍ୟ ସରକାରଙ୍କ ଉପରେ ଶାହ ଭୀଷଣ ଗର୍ଜନ କରି ଯାଇଛନ୍ତି । ଆଉ ଏହି ରାଜ୍ୟ ସରକାରଙ୍କୁ ଦୁର୍ନୀତିଖୋର ସରକାର ବୋଲି କହିଛନ୍ତି ।

ଏଥର ବିଜେପିକୁ ସରକାର କରିବାକୁ ସୁଯୋଗ ଦେବା ପାଇଁ ଶାହ କହିଛନ୍ତି ।ବ୍ରହ୍ମପୁରରେ ପ୍ରାୟ ଘଣ୍ଟାଏ ରହିବେ ପ୍ରଧାନମନ୍ତ୍ରୀ। ମୋଦିଙ୍କ ଗସ୍ତ ପାଇଁ SPG ସହ ୩୦ ପ୍ଲାଟୁନ୍ ଫୋର୍ସ, ବମ୍ ସ୍କ୍ୱାଡ୍ ଓ ସନ୍ଧାନୀ କୁକୁର ମୁତୟନ କରାଯାଇଛି। ବ୍ରହ୍ମପୁର କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ନବରଙ୍ଗପୁର ଜନସଭାରେ ଯୋଗଦେବେ।ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରରୁ କଡ଼ା ସୁରକ୍ଷା ବଳୟ ଭିତରେ ସିଧା ରାଜଭବନକୁ ଯାଇଥିଲେ। ଆଉ ସେଠାରେ ରାତ୍ରି ଯାପନ କରିଥିଲେ ପ୍ରଧାନମନ୍ତ୍ରୀ। ବିମାନ ବନ୍ଦର ଭିତରେ ଓ ବାହାରେ ମୋଦିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ବିଜେପି ନେତା ଓ କର୍ମୀ।

Leave A Reply

Your email address will not be published.