ମୋଦିଙ୍କ ଗୋଆ ଓ ମହାରାଷ୍ଟ୍ର ଗସ୍ତ

0

ଓଡ଼ିଆ ନ୍ୟୁଜ, ମୁମ୍ବାଇ: ଆଜି ପ୍ରଧାନମନ୍ତ୍ରୀ ମୋଦି ଗୋଆ ଓ ମହାରାଷ୍ଟ୍ର ଗସ୍ତ। ଗସ୍ତ ଅବସରରେ ମୋଦି ଏକାଧିକ ବିକାଶ ମୂଳକ ପ୍ରକଳ୍ପର ଉଦ୍ଘାଟନ ସହିତ ଶିଳାନ୍ୟାସ କରିବେ । ଦିନ ପ୍ରାୟ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ଅହମ୍ମଦନଗର ଜିଲ୍ଲାର ଶିରିଡିଠାରେ ପହଞ୍ଚି ଶ୍ରୀସାଇବାବା ସମାଧି ମନ୍ଦିରରେ ପୂଜା କରିବା ସହିତ ବାବାଙ୍କ ଆଶୀର୍ବାଦ ନେବେ । ମନ୍ଦିରରେ ନବନିର୍ମିତ ଧାଡି ଦର୍ଶନ ପରିସରକୁ ଉଦଘାଟନ କରିବେ । ଅପରାହ୍ନ ଦୁଇଟା ବେଳେ, ପ୍ରଧାନମନ୍ତ୍ରୀ ନୀଳୱାଣ୍ଡେ ଆନିକଟରେ ଜଳପୂଜନ କରିବା ସହ ବାମପାର୍ଶ୍ବର କେନାଲକୁ ଉଦଘାଟନ କରିବେ ।

ଅପରାହ୍ନ ୩ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ଶିରିଡି ଠାରେ ଏକ ସାଧାରଣ ସଭାରେ ଯୋଗଦେବେ । ସେଠାରେ ବିଭିନ୍ନ ମନ୍ତ୍ରଣାଳୟର ୭୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ସନ୍ଧ୍ୟା ୬ଟା ୩୦ରେ ପ୍ରଧାନମନ୍ତ୍ରୀ ଗୋଅ ପହଞ୍ଚି ୩୭ତମ ଜାତୀୟ କ୍ରୀଡାକୁ ଉଦଘାଟନ କରିବେ ।ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶିରିଡି ଠାରେ ଉଦଘାଟିତ ହେବାକୁ ଥିବା ନୂତନ ଧାଡି ଦର୍ଶନ ପରିସର ଭବନ ଅତ୍ୟାଧୁନିକ ଢାଞ୍ଚାରେ ଆରାମ ଦାୟକ ପ୍ରତୀକ୍ଷା ସ୍ଥଳଭାବେ ନିର୍ମିତ ହୋଇଛି ।

ଏଥିରେ କେତେ ଗୁଡିଏ ପ୍ରତୀକ୍ଷାଳୟ ରହିଛି ଯେଉଁଥିରେ ଦଶ ହଜାରରୁ ଅଧିକ ଭକ୍ତ ଏକା ସମୟରେ ଦର୍ଶନ ପାଇଁ ଅପେକ୍ଷା କରିପାରିବେ । ଏହାସହ ବାତାନୁକୂଳିତ ଜନ ସୁବିଧା ଯଥା ଆସବାବପତ୍ର ରଖିବା ଘର, ଶୌଚାଳୟ, ବୁକିଂ କାଉଣ୍ଟର, ପ୍ରସାଦ କାଉଣ୍ଟର, ସୂଚନା କେନ୍ଦ୍ର ଇତ୍ୟାଦି ରହିଛି । ପ୍ରଧାନମନ୍ତ୍ରୀ ଗତ ଅକ୍ଟୋବର ୨୦୧୮ ରେ ଏହି ନୂତନ ଧାଡି ଦର୍ଶନ ପରିସର ପ୍ରକଳ୍ପକୁ ଶିଳାନ୍ୟାସ କରିଥିଲେ ।

Leave A Reply

Your email address will not be published.