ଅଧାପନ୍ତରିଆ ଏନ. ଏଚ୍ ରେ ବଢୁଛି ଦୁର୍ଘଟଣା; ଗଡୁଛି ମୁଣ୍ଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଧାପନ୍ତରିଆ ଏନ. ଏଚ୍ ରେ ବଢୁଛି ଦୁର୍ଘଟଣା ଗଡୁଛି ମୁଣ୍ଡ, ଏନଏଚ୍ଆଇ ପି.ଡି ଙ୍କ ବିରୋଧରେ ଏତେଲା ଦେଲା ସାମାଜୀକ ସଂଘଠନ। ଆନନ୍ଦପୁର ଦେଇ ଯାଇଥିବା ୨୦ନଂ ଜାତୀୟ ରାଜପଥର ଶାଳପଡା ଓଭବ୍ରିଜ୍ ଠାରୁ ବେଲବାହାଳି କୂଶେଇ ସେତୁ ପର୍ଯ୍ଯନ୍ତ ରାସ୍ତା ଅଧାପନ୍ତରିଆ ହୋଇ ପଡିରହିଛି।

ଫଳରେ ଦୈନନ୍ଦିନ ଛୋଟ ବଡ ଦୁର୍ଘଟଣା ଘଟି ଏଠି ମୁଣ୍ଡ ଗଡୁଛି। ଗତ ୨ବର୍ଷ ମଧ୍ଯରେ ଦୁର୍ଘଟଣା ଘଟି ୨୦ ରୁ ଉର୍ଦ୍ଧ୍ବ ମୁଣ୍ଡ ଗଡିଲାଣି। ଅନ୍ଯପଟେ ଏହି ରାସ୍ତାପାଇଁ ହସନପୁରଠାରେ ଟୋଲ ଆଦାୟ ଚାଲିଥିବାବେଳେ ରାସ୍ତାକାମ ସମ୍ପୂର୍ଣ୍ଣ ହେଉନାହିଁ।

ଦୁର୍ଘଟଣା ପାଇଁ ଏନ ଏଚ୍ କର୍ତୁପକ୍ଷ ଙ୍କୁ ଦାୟି କରି ଆଜି ବାରିଗାଁ ମା’ ଧନେଇ ସେବାସଂଘ ତରଫରୁ ଏନ .ଏଚ ଏ.ଆଇ ପିଡି ଙ୍କ ବିରୋଧରେ ଘଷିପୁରା ଥାନାରେ ଲିଖିତ ଏତେଲା ହୋଇଛି। ପିଡି ଙ୍କ ଗିରଫ ଦାବି ସହ ରାସ୍ତା ଦୁର୍ଘଟଣା ମୃତକ ଙ୍କ ପରିବାର କୁ କ୍ଷତିପୂରଣ ଦାବି କରିଛି ସଂଘ ନଚେତ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ଧନେଇ ସେବା ସଂଘ।

Leave A Reply

Your email address will not be published.