ଗିରଫ ହେଲେ ନବରଙ୍ଗ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଗିରଫ ହୋଇଛନ୍ତି ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ତ୍ର ଟିମ୍ । ଗତକାଲି ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରୁ ନଗଦ ୩ କୋଟି ୨ ଲକ୍ଷ ଟଙ୍କା ଜବତ ହେବା ପରେ, ଖୋଳତାଡ କରୁଛି ଭିଜିଲାନ୍ସ । ସରକାରୀ ବାବୁ ଜଣଙ୍କୁ କେଉଁଠୁ ଏତେ ଟଙ୍କା ଆଣିଲେ ସେ ନେଇ ତଦନ୍ତକାରୀ ଟିମ୍ ଛାନଭିନ୍ କରୁଛି । ତାଙ୍କର ଏକ ବେନାମୀ ଆକାଉଣ୍ଟ ମଧ୍ୟ ଜବତ କରାଯାଇଛି । ଏହି ଆକାଉଣ୍ଟରେ ୨୦୧୯ରୁ ୨୧ ଲକ୍ଷ ଟଙ୍କା ରହିଛି ।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭଦ୍ରକରେ ଜନ୍ମିତ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉବେଳେ ନଗଦ ୩.୦୨କୋଟି ଟଙ୍କା ବ୍ୟାଙ୍କ ଓ ଇନସ୍ୟୁରାନ୍ସରେ ୬୨ଲକ୍ଷ ଟଙ୍କା ଡିପୋଜିଟ୍ (୨୦୧୯ ମସିହା ପରେ ବେନାମୀ ଆକାଉଣ୍ଟରେ ୨୧ଲକ୍ଷ ଟଙ୍କା ଜମା) ହୋଇଥିବା ଜାଣିବାକୁ ପାଇଛି।

ସେହିପରି ଭୁବନେଶ୍ୱରର କାନନ ବିହାର ଅଂଚଳରେ ଏକ ବହୁତଳ କୋଠା, କଟକ ଓ ଭୁବନେଶ୍ୱରରେର ପ୍ରମୁଖ ସ୍ଥାନରେ ୪ଟି ମୂଲ୍ୟବାନ ପ୍ଲଟ୍ , ଉମରକୋଟରେ ଗୋଟିଏ ବେନାମୀ ପ୍ଲଟ୍ ଜବତ ହୋଇଛି ।

ଦୁଇ ପିଲାଙ୍କ ପାଠପଢ଼ାରେ ପ୍ରଶାନ୍ତ ମୋଟ ୮୭ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ ତାଙ୍କର ୨ଟି ଚାରିଚକିଆ ଯାନ, ୨୧.୩୫ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାରକୁ ଜବତ କରାଯାଇଛି ବୋଲି ଭିଜିଲାନ୍ସ କହିଛି । ଭିଜିଲାନ୍ସ ଏବେ ତାଙ୍କର ସମ୍ପତ୍ତିର ଅଧିକ ଖୋଳତାଡ଼ କରୁଛି । ଭିଜିଲାନ୍ସ ସୂଚନା ଅନୁସାରେ ପ୍ରଶାନ୍ତ ୨୦୧୮ ମସିହାରେ ବିଶ୍ରା ବ୍ଲକ ବିଡିଓ ଥିବାବେଳେ ଏକ ଲକ୍ଷ ଟଙ୍କା ଲାଂଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ ।

୨୦୧୮ ନଭେମ୍ବର ୬ରେ ପ୍ରଶାନ୍ତଙ୍କୁ ଚାକିରିରୁ ନିଲମ୍ବିତ ହେବାକୁ ପଡ଼ିଥିଲା ଓ  ୨୦୨୦ ଜାନୁୟାରୀ ୧୮ରେ ନିଲମ୍ବନ ହଟିଥିଲା ତଥା ସେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ପୁନଃ ଅବସ୍ଥାପିତ ହୋଇଥିଲେ । ତେବେ ସେ ନିଲମ୍ବିତ ଥିବାବେଳେ ୨୦୧୯ ମସିହା ପରଠୁ ଭୁବନେଶ୍ୱରର ଇଣ୍ଡସଇଣ୍ଡ ବ୍ୟାଙ୍କରେ ପ୍ରଶାନ୍ତ ଜମା କରିଥିବା ଏହି ୨୧ଲକ୍ଷ ଟଙ୍କାର ବେନାମୀ ଜମା ରଖିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।

Leave A Reply

Your email address will not be published.