ଜାତୀୟ ମତଦାତା ଦିବସ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜୟପୁର ସହର ଦଶହରା ପଡ଼ିଆ ଠାରେ ଆଜି ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚା ପକ୍ଷରୁ ଜାତୀୟ ମତଦାତା ଦିବସ ଅନୁଷ୍ଠିତ ହୋଇଯାଇଛି। ଭାରତର ଅତି ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଯସଶ୍ଵୀ ନରେନ୍ଦ୍ର ମୋଦୀ ଭିଡ଼ିଓ ଆଭାସୀ ମାଧ୍ୟମରେ ନବମତଦାତାମାନଙ୍କୁ ସିଧା ପ୍ରସାରଣରେ ଉଦବୋଧନ ଦେଇଥିଲେ।

ତାଙ୍କ ବକ୍ତବ୍ୟରେ ୧୮ ବର୍ଷ ଠାରୁ ୨୫ ବର୍ଷ ବର୍ଗର ଯୁବକ ଯୁବତୀ ମାନଙ୍କୁ ସେମାନଙ୍କ ଏକ ବିକଶିତ ଭାରତ ନିର୍ମାଣ କରିବାର ମୁଖ୍ୟ ଭୂମିକା ଉପରେ ଗୁରୁତବପୂର୍ଣ ଭୂମିକା ରହିଛି ବୋଲି କହିଛନ୍ତି। ଆସନ୍ତାକାଲି ଦେଶ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି ଏହି ଅବସରରେ ଦେଶର ନବମତଦାତାଙ୍କୁ ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ମତ ଅତି ଗୁରୁତବପୂର୍ଣ ରହିଛି ବୋଲି କହିଛନ୍ତି।

ଏହା ସହିତ ବିକଶିତ ଭାରତର ସମସ୍ତ ଯୋଜନା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟାନୁଷ୍ଠାନରେ ଜୟପୁର ସହର ସମସ୍ତ କଲେଜର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ମାନନୀୟ ପ୍ରଧାନମନ୍ତ୍ରୀ ମୋଦି ଙ୍କ ଉଦବୋଧନ କୁ ଶାନ୍ତିଶୃଙ୍ଖଳା ସହିତ ଶୁଣିଥିଲେ ଏବଂ ସମସ୍ତ ଛାତ୍ର ଛାତ୍ରୀ ମାନେ ଉତ୍ସlହିତ ଥିଲେ। ଆଜିର କାର୍ଯ୍ୟକ୍ରମକୁ ଜୟପୁର ନିର୍ବାଚନ ମଣ୍ଡଳୀର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ କରାଯାଇଥିବା ବେଳେ ଜୟପୁର ବିଜେପିର ମହିଳା ମୋର୍ଚ୍ଚା ସଦସ୍ୟତା ଏବଂ ବରିଷ୍ଠ ନେତାଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.