ସୁରକ୍ଷା କର୍ମୀଙ୍କ ଉପରେ ନକ୍ସଲଙ୍କ ଆକ୍ରମଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ନକ୍ସଲ ଅପେରସନରେ ବିଜପୁର ଓ ସୁକମା ସୀମାନ୍ତ ଜଙ୍ଗଲରେ କୁମ୍ବିଂ କରୁଥିବା ଯବାନଙ୍କ ଉପରେ ନକ୍ସଲ ଆକ୍ରମଣ ଘଟିଛି। ଏହି ବିସ୍ଫୋରଣ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲା ତରେମ ଥାନାରେ ହୋଇଛି।

ଜଙ୍ଗଲରେ ଯବାନମାନଙ୍କ ତରଫରୁ ମାଓ ବିରୋଧୀ ଅପରେଶନ କରୁଥିବା ସମୟରେ ମାଓବାଦୀଙ୍କ ଦ୍ୱାରା ଲଗା ହୋଇଥିବା ଆଇଡି ବିସ୍ଫୋରଣ ହୋଇଛି । ଏଥିରେ ୬ଜଣ ଯବାନ ଗୁରୁତର ଆହତ ହୋଇଥିବାବେଳେ ୨ଜଣ ଶହୀଦ ହୋଇଛନ୍ତି।  ତେବେ ମିଳିଥିବା ସୂଚନା ଅନୁସାରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି।୪ ଜଣ ଯବାନ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।ଆହତ ଯବାନଙ୍କ ଉତ୍ତମ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରାଯିବ ବୋଲି ଜଣାପଡିଛି।

ସୂଚନ ମୁତାବକ, ତରେମ ଥାନା ଅନ୍ତର୍ଗତ ଜଙ୍ଗଲରେ ଯବାନମାନଙ୍କ ତରଫରୁ ମାଓ ବିରୋଧୀ ଅପରେଶନ କରୁଥିବା ସମୟରେ ମାଓବାଦୀଙ୍କ ଦ୍ୱାରା ଲଗା ହୋଇଥିବା ଆଇଡି ବିସ୍ଫୋରଣ ହୋଇଥିଲା । ତେବେ ଆହତ ଯବାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ନିଆଯାଇଛି । ବର୍ତ୍ତମାନ ମଧ୍ୟ ସିଆରପିଏଫ , ଏଷ୍ଟିଏଫ ଓ ଡିଆରଜି ଯବାନମାନଙ୍କ ଦ୍ୱାରା ସେହି ଅଞ୍ଚଳରେ କୁମିଙ୍ଗ କରାଯାଉଥିବା ସୂଚନା ମିଳିଛି ।

Leave A Reply

Your email address will not be published.