ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାଟନା ଏମ୍ସର ତିନି ଜଣ ଡାକ୍ତରଙ୍କୁ ଅଟକ ରଖିଛି ସିବିଆଇ। NEET-UG ପ୍ରଶ୍ନପତ୍ର ଲିକ୍ ମାମଲାରେ ଅଟକ ରଖିଥିବା ସୂଚନା ମିଳିଛି। ଆଜି ଏହି ମାମଲା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଥିବାବେଳେ ସିବିଆଇ ତିନି ଜଣ ଡାକ୍ତରଙ୍କୁ ଅଟକ ରଖିଛି | ୩ ଜଣ ଡାକ୍ତରଙ୍କର ଲାପଟପ୍ ଓ ମୋବାଇଲ୍ କୁ ମଧ୍ୟ ଜବତ କରାଯାଇଛି । ଏମାନେ ନିଟ୍ ଦୁର୍ନୀତି ମାମଲାରେ ଜଡିତ ରହିଥିବା ଅଭିଯୋଗ ରହିଛି ।
ଉକ୍ତ ୩ ଡାକ୍ତର ୨୦୨୧ ବ୍ୟାଚ୍ ର ଛାତ୍ର । ସିବିଆଇ ୨ ଦିନ ପୂର୍ବରୁ ନିଟ୍ ପେପର୍ ଲିକ୍ ମାମଲାରେ ପଙ୍କଜ କୁମାରଙ୍କୁ ପାଟନାରୁ ଗିରଫ କରିଥିଲା। ତାଙ୍କ ବନ୍ଧୁ ରାଜୁ ହଜାରୀବାଗରୁ ଧରା ପଡିଥିଲେ। ସୂଚନା ମୁତାବକ, ଅଟକ ରଖା ଯାଇଥିବା ଡାକ୍ତରମାନେ ୨୦୨୧ ବ୍ୟାଚର। ସିବିଆଇ ସେମାନଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ତିନି ଜଣ ଡାକ୍ତରଙ୍କ ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ଜବତ କରିଛି। ଚଳିତ ବର୍ଷ ନିଟ୍ ପରୀକ୍ଷାକୁ ନେଇ ଲାଗି ରହିଛି ବିବାଦ।
୬୭ ଜଣ ପରୀକ୍ଷାର୍ଥୀ ୭୨୦ରୁ ପୂର୍ଣ୍ଣ ମାର୍କ ରଖି ପାସ୍ କରିବା, କିଛି ପିଲାଙ୍କୁ ଗ୍ରେସ୍ ମାର୍କ ମିଳିବା ଏବଂ କିଛି ରାଜ୍ୟର ପିଲା ନିର୍ଦ୍ଦିଷ୍ଟ ଏକ ସେଣ୍ଟର ଚୟନ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସିବିଆଇ ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ଯାଞ୍ଚ ରିପୋର୍ଟ ଦାଖଲ କରିଛି। ଏହି ଦିନ ମଧ୍ୟ ବିହାର ପେପର୍ ଲିକ୍ ମାମଲାର କିଙ୍ଗପିନ୍ ରକିକୁ ଗିରଫ କରିଥିବା ସିବିଆଇ। ଆଜି ପୁଣି ପାଟନା ଏମ୍ସର ତିନି ଜଣ ଡାକ୍ତରଙ୍କୁ ଅଟକ ରଖି ପଚରା ଉଚରା କରୁଛି।