କଳିଙ୍ଗ ଷ୍ଟାଡ଼ିୟମଠାରେ ଓଡ଼ିଶା ଏଡ଼ସ୍ ନିୟନ୍ତ୍ରଣ ସମିତି ଦ୍ୱାରା ରେଡ଼୍ ରିବନ କାର୍ଯ୍ୟକ୍ରମ ଆୟୋଜିତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ହକି ଖେଳର ମଜା ଉଠାଇଲେ ବିଦ୍ୟାଳୟର ଛାତ୍ରଛାତ୍ରୀ ମିଳିତ ଜାତିସଂଘ (ୟୁନେସ୍କୋ) ର ୯୫:୯୫:୯୫ ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ଦ୍ୱାରା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି । ଏହି କ୍ରମରେ ଜାତୀୟ ଏଡ଼ସ୍ ନିୟନ୍ତ୍ରଣ ଅନୁଷ୍ଠାନ (ନାକୋ), କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ଏବଂ ହକି ଇଣ୍ଡିଆର ମିଳିତ ସହଯୋଗରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ହକି ବିଶ୍ୱକପ୍‌-୨୦୨୩, ୧୯ ତାରିଖ ମଧ୍ୟାହ୍ନରେ କଳିଙ୍ଗ ଷ୍ଟାଡ଼ିୟମରେ ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ସାରା ବିଶ୍ୱରେ ଏଚ୍‌.ଆଇ.ଭି/ଏଡ଼୍ ସ ନିରାକରଣ ନିମନ୍ତେ ସଚେତନତା ବାର୍ତ୍ତା ପ୍ରସାର କରାଯାଇଥିଲା ।

ଏହି ଅବସରରେ ମାଲେସିଆ ଓ ନିୟୁଜିଲାଣ୍ଡ ମ୍ୟାଚ ସମୟରେ କଳିଙ୍ଗ ଷ୍ଟାଡ଼ିୟମର ପୂର୍ବ ଗ୍ୟାଲେରୀରେ ରେଡ଼୍ ରିବନ୍ କ୍ଲବର ସଦସ୍ୟ, ସ୍ୱୟଂ ସହାୟକ ଦଳ, ଏଚଆଇଭି ସଂକ୍ରମିତ ଗୋଷ୍ଠୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନଙ୍କ ସହିତ ସରକାରୀ ଅନୁଷ୍ଠାନମାନଙ୍କର କର୍ମଚାରୀ ମାନେ ନାଲି, ଧଳା ଟି-ସାର୍ଟ ଓ ଟୋପି ପିନ୍ଧି ରେଡ଼୍ ରିବନ୍ ଗଠନ କରାଯାଇଥିଲା ।

ଏତଦ୍‌ ବ୍ୟତୀତ ଏହି ଅବସରରେ ୧୦୯୭ ବାର୍ତ୍ତା ପ୍ରସାରଣ ସହିତ ବିଭିନ୍ନ ଆନ୍ତର୍ଜାତୀୟ କ୍ରିଡ଼ାବିତଙ୍କ ଦ୍ୱାରା ଏଚଆଇଭି/ଏଡ଼ସ୍ ଦୂରୀକରଣ ନିମନ୍ତେ ସଚେତନ ବା ।ର୍କୁ ଷ୍ଟାଡ଼ିୟମ ଭିତରେ ଓ ଓଲି ଲ୍ୟାଣ୍ଡରେ ପ୍ରଚାର ଓ ପ୍ରସାର କରାଯାଇଥିଲା । ଓଡ଼ିଶା ରାଜ୍ୟ ଏଡ଼ସ୍ ନିୟନ୍ତ୍ରଣ ସମିତିର ପ୍ରକଳ୍ପ ନିର୍ଦ୍ଦେଶିକା ଡ଼ଃ ଉର୍ମିଳା ମିଶ୍ର, ପ୍ରତିଷ୍ଠାନ ଅଧିକାରୀ, ଶୁଭେନ୍ଦ୍‌ୁ ପଟ୍ଟନାୟକ, ଅର୍ଥ ପରାମର୍ଶଦାତା, ସୁଖଲତା ସାହୁ, ଯୁଗ୍ମ ନିର୍ଦ୍ଦେଶକ, ଡ଼ିଏସ୍‌
ଅରବିନ୍ଦଙ୍କ ସହିତ ସମସ୍ତ କର୍ମଚାରୀବୃନ୍ଦ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିଥିଲେ ।

Leave A Reply

Your email address will not be published.