ଦାରିଦ୍ର୍ୟ ହ୍ରାସରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଏକଦା ଦେଶ ତଥା ବିଦେଶରେ ‘ଭୋକର ଭୂଗୋଳ’ ଓ ‘ଅନାହାର ପର୍ଯ୍ୟଟନ ଭୂମି’ କୁହାଯାଉଥିବା ଓଡ଼ିଶା ଏବେ ଦେଶ ପାଇଁ ପାଲଟିଛି ଖାଦ୍ୟ ଭଣ୍ଡାର। ୨୦ ବର୍ଷ ମଧ୍ୟରେ ରାଜ୍ୟରେ ଶସ୍ୟ ଉତ୍ପାଦନ ମଧ୍ୟରେ ଘଟିଥିବା ଚମତ୍କାରିତା ଓଡ଼ିଶାର ଦୁର୍ନାମକୁ ଦୂର କରିବାକୁ କେବଳ ସମର୍ଥ ହୋଇନାହିଁ; ପକ୍ଷାନ୍ତରେ ନିଜର ଆବଶ୍ୟକତା ଭରଣା କରି ଦେଶକୁ ଯୋଗାଉଛି ଖାଦ୍ୟ ଶସ୍ୟ।

ଓଡ଼ିଶାର ସାମଗ୍ରିକ ଅର୍ଥନୈତିକ ବିକାଶ ଘଟିଛି l ପ୍ରଗତି ପଥରେ ଓଡ଼ିଶା ଆଗେଇ ଚାଲିଛି l ଫଳରେ ଦାରିଦ୍ର୍ୟ ହ୍ରାସରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ କରୁଛି l ରାଜ୍ୟରେ ଏକ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ନୀତି ଆୟୋଗର ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଦେଶରେ ଦାରିଦ୍ର୍ୟ ହାର ହ୍ରାସ ୧୧.୨୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୧୧.୦୭ ପ୍ରତିଶତ ରହିଛି ।

ସ୍ବାସ୍ଥ୍ୟ, ଶିକ୍ଷା, ଜୀବନ ଧାରଣର ମାନଦଣ୍ଡକୁ ଆଧାର କରି ରିପୋର୍ଟ ପ୍ରକାଶ ପାଇଛି । ଓଡ଼ିଶାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ ଜନକଲ୍ୟାଣକାରୀ ଯୋଜନା ଓ ବ୍ୟାପକ ନିଯୁକ୍ତି ଯୋଗୁ ଉଲ୍ଲେଖନୀୟ ଭାବେ ଦାରିଦ୍ର୍ୟ ହାର ହ୍ରାସ ଘଟିଛି । ରାଜ୍ୟର ଉଲ୍ଲେଖନୀୟ ସଫଳତା ଦେଶ ପାଇଁ ରୋଲ୍ ମଡେଲ ସାଜିଛି ।

Leave A Reply

Your email address will not be published.