ରାଧିକାଦେଇପୁର ପଞ୍ଚାୟତ ରେ ଅର୍ପଣ ରଥ ପରିକ୍ରମା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଧିକାଦେଇପୁର ପଞ୍ଚାୟତ ରେ ଅର୍ପଣ ରଥ ପରିକ୍ରମା | ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅବସରରେ ଘସିପୁରା ବ୍ଳକରୁ ଅର୍ପଣ ରଥ ବାହାରି ଥିଲା | ଘସିପୁରା ବ୍ଳକ ବିଭିନ୍ନ ପଞ୍ଚାୟତ ରେ ଜଗତରନାଥ ଜଗନ୍ନାଥ ଙ୍କ ଅର୍ପଣ ରଥ କୁ ଗ୍ରାମ ପରିକ୍ରମା କରାଯାଇ ରାଧିକାଦେଇପୁର ପଞ୍ଚାୟତରେ ପହଁଚି ଥିଲେ |

ପରେ ସରପଞ୍ଚ ପ୍ରତିମା ଜେନା, ସମିତିସଭ୍ୟ ମନ୍ମଥ ଜେନା, ୧୦ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ମଧୁସ୍ମିତା ଦାସ, ନୋଡାଲ ଅଫିସର ଅଶୋକ ମହାନ୍ତ, ଜିଆରଏସ ଭକ୍ତ ବନ୍ଧୁ ବାରିକ ସମାଜ ସେବୀ ରବୀନ୍ଦ୍ର କୁମାର ଜେନା ,ବିଜୟ ଦାସ ,ବାବୁ ଦାସ ,ସଦାନନ୍ଦ ନାୟକ ,ରଞ୍ଜନ ସେଠୀ ,ସମସ୍ତ ୱାଡ଼ ମେମ୍ବର ଓ ସ୍ୱୟଂ ସହାୟକ ଗୋଷ୍ଠୀ ,ରାଧିକାଦେଇପୁର ପଞ୍ଚାୟତ ବାସୀ ଙ୍କ ସହ ସ୍ୱାଗତ କରାଯାଇଥିଲା |

ମିଶନ ଶକ୍ତି ମହିଳା ଙ୍କ ସହ ପଞ୍ଚାୟତ ର ସମସ୍ତ ସ୍ୱଂୟ ସହାୟକ ମା ମାନଙ୍କ ସହ ଶହଶହ ଗ୍ରାମବାସୀ ଭକ୍ତି ସହକାରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଜୟ ଜଗନ୍ନାଥ ଧ୍ବନିରେ ସମଗ୍ର ପଞ୍ଚାୟତରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପ୍ରତି ଘର ଆଗରେ ମହାପ୍ରଭୁଙ୍କ ମୁରୁଜ ଆଙ୍କି କଳସ ସ୍ଥାପନ କରି ରାସ୍ତା ରେ ଭକ୍ତି ଭାବ ରେ ଅର୍ପଣ ରଥ କୁ ହୁଳହୁଳି ଶଙ୍ଖ ବଜାଇ ପ୍ରତ୍ୟେକ ଙ୍କ ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଇଥିଲା।

Leave A Reply

Your email address will not be published.