ଅଯୋଧ୍ୟାରେ ଆଜିଠୁ ଆରମ୍ଭ ଧାର୍ମିକ ରୀତିନୀତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠୁ ଆରମ୍ଭ ଧାର୍ମିକ ରୀତିନୀତି | ତେବେ ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ଆଜିଠୁ ଆରମ୍ଭ ହୋଇଯିବ ଧାର୍ମିକ ରୀତିନୀତି । ଏଥିଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି । ପ୍ରଧାନମନ୍ତ୍ରୀ ମୋଦୀ ୫ ଅଗଷ୍ଟ ୨୦୨୦ରେ ରାମ ମନ୍ଦିରର ଭୂମି ପୂଜନ କରିଥିଲେ, ବର୍ତ୍ତମାନ ରାମଲଲା ମନ୍ଦିରରେ ସ୍ଥା ୟୀ ଭାବରେ ରହିବାକୁ ଯାଉଛନ୍ତି। ମନ୍ଦିର ଟ୍ରଷ୍ଟ ୭ ହଜାରରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ରାମ ମନ୍ଦିର ସମାରୋହ ପାଇଁ ନିମନ୍ତ୍ରଣ କରିଛି।

ଆଜି ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତାକାଲି ଭବ୍ୟ ମୂର୍ତ୍ତି ପରିସର ପ୍ରବେଶ ହେବ । ହୋମ ଯଜ୍ଞ ସାଙ୍ଗକୁ ସାଧୁସନ୍ଥଙ୍କ ବେଦପାଠ ଓ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେବ ରାମ ଜନ୍ମଭୂମି ଅଯୋଧ୍ୟା ନଗରୀ । ମହୀଶୂରର ଅରୁଣ ଯୋଗୀରାଜଙ୍କ ଦ୍ବାରା ନିର୍ମିତ ପ୍ରତିମୂର୍ତ୍ତି ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯିବ ।

ଆଜି ପ୍ରାୟଶ୍ଚିତ ଏବଂ କର୍ମକୁଟି ପୂଜା କରାଯିବ । ବୁଧବାର ଗର୍ଭ ଗୃହରେ ମୂର୍ତ୍ତି ସ୍ଥାପନ କରାଯିବ । ଜାନୁଆରୀ 18 ତାରିଖ ସନ୍ଧ୍ୟାରେ ତୀର୍ଥ ପୂଜା, ଜଳଯାତ୍ରା କରାଯିବ, ସନ୍ଧ୍ୟାରେ ଜଳାଧିବାସ ଓ ଗନ୍ଧାଧିବାସ କରାଯିବ । 19 ଜାନୁଆରୀ ସକାଳ ସମୟରେ ଔଷାଧିବାସ, କେସରଧିବାସ ଓ ଗ୍ରିତାଧିବାସ ସମ୍ପନ୍ନ ହେବ । ସେହିଦିନ ସନ୍ଧ୍ୟାରେ ଧାନ୍ୟାଧିବାସ କରାଯିବ ।

ସେହିପରି 20 ଜାନୁଆରୀ ସକାଳେ ଶର୍କାରଧିବାସ, ଫଳାଧିବାସ, ସନ୍ଧ୍ୟାରେ ପୁଷ୍ପଧିବାସ, ଜାନୁଆରୀ 21 ସକାଳେ ମଧ୍ୟାଧିବାସ, ସନ୍ଧ୍ୟାରେ ସୟାଧିବାସ । 22 ତାରିଖରେ ଦିନ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ କରାଯିବ । ପ୍ରାଣ ପ୍ରତିଷ୍ଠା ଉତ୍ସବର କାର୍ଯ୍ୟସୂଚୀକୁ କାଶୀର ବିଦ୍ବାନ ଗଣେଶ୍ବର ଶାସ୍ତ୍ରୀ ଦ୍ରାବଦିଡ ସ୍ଥିର କରିଛନ୍ତି । 121 ଜଣ ଆଚାର୍ଯ୍ୟ ପୂଜାର୍ଚ୍ଚନା କରିବେ ।

 

Leave A Reply

Your email address will not be published.