ପଦୁଗୁଡା ଗ୍ରାମକୁ ପୋକା ରାସ୍ତା ଏବଂ ବସୁଧା ଯୋଜନା ପାନୀୟ ଜଳ ସଙ୍କଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପଦୁଗୁଡ଼ା ଗ୍ରାମ କୁ ନେଇ ତେଜୁଛି ସମସ୍ୟା। ସ୍ୱାଧୀନତା ର 77 ବର୍ଷ ପରେ ବି ଗ୍ରାମବାସୀ ପରାଧୀନ ଭାବେ ଦିନ କାଟୁଛନ୍ତି l ଗାଁ କୁ ନା ଅଛି ପକା ରାସ୍ତା ନା ଅଛି ସୁଧ ପିଇବା ପାଇଁ ପାନୀୟ ଜଳ ର ସୁବିଧା । ନାହିଁ ନାହିଁ ର ଗାଁ ହେଉଛି ପଦୁଗୁଡା | କୋରାପୁଟ ଜ଼ିଲ୍ଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତ ର ପଦୁଗୁଡା କୁ ନେଇ ଏବେ ଆସିଛି ଅଭିଯୋଗl 2023ଅଗଷ୍ଟ 15 ସ୍ୱାଧୀନତା ଦିବସ ରେ ପଦୁଗୁଡା ର ସମସ୍ୟାକୁ ନେଇ କୁନି ଝିଅ ଅଭିନୟ ମାଧ୍ୟମରେ ବାସ୍ତବ ଚିତ୍ର ପରଖିଥିଲେ l ଜ଼ିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଦଶମନ୍ତପୁର ବିଡ଼ିଓ ଗ୍ରାମକୁ ଗସ୍ତ କରି ସ୍ଥିତି ପରଖି ଜ଼ିଲ୍ଲାପାଳ ଙ୍କୁ ତଥ୍ୟ ପ୍ରଦାନ କରିଥିଲେ ବିଡିଓ l

ଅଭିଯୋଗ ପରେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ ପଦୁଗୁଡା ଗ୍ରାମ କୁ ଗସ୍ତ କରି ସ୍ଥିତି ପରଖିଲେ l ଗ୍ରାମବାସୀ ସାଧାରଣ ମୌଳିକ ସୁବିଧା ରୁ ବଞ୍ଚିତ ରହିଛନ୍ତି l ଗ୍ରାମକୁ ନିହାତି ରାସ୍ତା, ପାନୀୟ ଜଳ ଓ ମୋବାଇଲ ନେଟୱାର୍କ ର ଆବଶ୍ୟକ ରହିଛି l ଏ ନେଇ ବିଧାୟକ ଗ୍ରାମବାସୀ ଙ୍କ ସହିତ ଆଲୋଚନା କରିଥିଲେ 2023 ଅଗଷ୍ଟ ମାସରେ l ଆଗାମୀ ଦିନରେ ଜ଼ିଲ୍ଲାପାଳ ଓ ରାଜ୍ୟ ସରକାର ଙ୍କ ସହିତ ଆଲୋଚନା କରି ପଦୁଗୁଡା ରେ ଲାଗି ରହିଥିବା ସମସ୍ୟା ଦୂର କରିବେ ବୋଲି ବିଧାୟକ ପ୍ରକାଶ କରିଥିଲେ ଗ୍ରାମବାସୀଙ୍କ ନକୋଟରେ l ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକରୀ ବିଫଳ ହେଇଥିବା ବେଳେ,ହେଲେ ଏବେ ବିଧାୟକ ଙ୍କ ଉପରେ ଗ୍ରାମବାସୀ ଙ୍କ ଭରସା ନାହିଁ l ନିର୍ବାଚନ ସମୟରେ ବିଧାୟକ ଗ୍ରାମକୁ ଆସିଥିଲେ 4 ବର୍ଷ ପରେ ପୁଣି ଗ୍ରାମକୁ ଆସିଛନ୍ତି l ପଦୁଗୁଡା ର ଉର୍ନ୍ନତି ପାଇଁ ବିଧାୟକ ଙ୍କ ଉପରେ ଭରଷା ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । କୋରାପୁଟ ଜିଲ୍ଲାପାଳ ଆସିଲେନି ଆଜି ସୁଦ୍ଧା।

ପରେ 2023 ଅଗଷ୍ଟ ମାସ ରେ ପଦୁଗୁଡା ଗ୍ରାମର ବାସ୍ତବ ସ୍ଥିତି ପରଖିବା ପାଇଁ କୋରାପୁଟ କଂଗ୍ରେସ ଜ଼ିଲ୍ଲା ସଭାପତି ଦୁର୍ଗା ଶଙ୍କର ସାହୁ ଦଳୀୟ କର୍ମୀ ଙ୍କୁ ନେଇ ପଦୁଗୁଡା ଗସ୍ତ କରିଥିଲେ l 3 କିଲୋମିଟର ବାଟ ପାହାଡ଼ ର ପାଦ ଚଲା ରାସ୍ତା ଦେଇ ଗ୍ରାମରେ ପହଞ୍ଚି ଗ୍ରାମବାସୀ ଙ୍କ ସହିତ ଆଲୋଚନା କରିଥିଲେ l ଗ୍ରାମବାସୀ ଙ୍କ ସହିତ ଗ୍ରାମ ବୁଲି ଦେଖିବା ସହିତ ନିଜେ ନଳକୂପ ପାଇଁ ପିଇ ଥିଲେ l ଗ୍ରାମରେ ରହିଥିବା 2 ଟି ନଳକୂପ ରୁ ଆଇରନ ଯୁକ୍ତ ପାଣି ବାହାରିଥିଲା l ଯାହା ବ୍ୟବହାର ଉପଯୁକ୍ତ ନୁହେଁ l ଗ୍ରାମବାସୀ ଚୁଆ ରୁ ପାଣି ସଂଗ୍ରହ କରି ବ୍ୟବହାର କରୁଥିବା କଥା ଦୁଃଖ ପ୍ରକାଶ କରିଥିଲେ l ସେ ଏ ନେଇ ଜ଼ିଲ୍ଲାପାଳ ଙ୍କ ସହିତ ଆଲୋଚନା କରିବେ ତା ସହିତ ଗ୍ରାମବାସୀ ବ୍ୟବହାର କରୁଥିବା ନଳକୂଅ ପାଣି କୁ ଜ଼ିଲ୍ଲାପାଳ ଙ୍କୁ ଉପହାର ଦେବେ ବୋଲି ପ୍ରକାଶ କରିଥିଲେ l

ପଦୁଗୁଡା କୁ ନେଇ ଏବେ ଜୋର ଧରିଛି ରସ୍ତା ପାଣି ସଙ୍କଟ l ଗୋଟେ ପଟେ ପଦୁଗୁଡା କୁ ନେଇ କଂଗ୍ରେସ ରାଜ୍ୟ ସରକାର ଙ୍କ ଉପରେ ପ୍ରବଳ ବର୍ଷି ଥିବା ବେଳେ ଅନ୍ୟ ପଟେ ଆଗକୁ ପଦୁଗୁଡା ର ସ୍ଥିତି ବଦଳିବ ବୋଲି ବିଧାୟକ ପ୍ରଭୁ ଜାନୀ ପ୍ରତିଶୃତି ଦେଇଥିଲେ l ହେଲେ ଫଳ ଶୂନ ଏବେ।ଆଉ ଗୋଟେ ପଟେ ବିଡ଼ିଓ ଓ ବିଧାୟକ ଙ୍କ ଉପରେ ଭରସା ପାଉନି ବୋଲି ଗ୍ରାମବାସୀ ଖୋଲମ ଖୋଲା କହିଛନ୍ତି l ଜ଼ିଲ୍ଲାପାଳ ନିଜେ ଆସି ବାସ୍ତବ ସ୍ଥିତି ପରଖିଲେ ଆମେ ବିଶ୍ୱାସ କରିବୁ ବୋଲି ଗ୍ରାମବାସୀ କହିଛନ୍ତି l ପଦୁଗୁଡା ରେ ଦୁଇ ରାଜନୀତିକ ଦଳ କୁ ନେଇ ଏବେ ଚର୍ଚ୍ଚା ହେଉଛି l କିଏ ଉନ୍ନତୀ କରିବା ଗାଁ ର ବିକାସ, ତାହା ଏବେ ବଡ ପ୍ରଶ୍ନ।

Leave A Reply

Your email address will not be published.