ଆଇଏମଏଫ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ

0

ଓଡ଼ିଶା ନ୍ୟୁଜ୍ (ବ୍ୟୁରୋ): ଦେବାଳିଆ ଅବସ୍ଥାରେ ଠିଆ ହୋଇଥିବା ପାକିସ୍ତାନ ଶୀଘ୍ର ଭଲ ଖବର ପାଇପାରେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ କହିଛନ୍ତି ଯେ ୧.୧ ବିଲିୟନ ଡଲାର ଟ୍ରାନ୍ସଫର ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର କଠୋର ସର୍ତ୍ତ ମଧ୍ୟ ଗ୍ରହଣ କରାଯାଇଛି ଏବଂ ବର୍ତ୍ତମାନ ଏହା ସହ ଏକ ଚୁକ୍ତିନାମା କରିବାକୁ କିଛି ଦିନ ବାକି ଅଛି। ସରିଫ କହିଛନ୍ତି ଯେ ତାଙ୍କର ଅର୍ଥନ ଗ୍ଧରବଜ୍ଞ ତିକ ଦଳ ଏବଂ ଅନ୍ୟାନ୍ୟ ଜାତୀୟ ଅନୁଷ୍ଠାନ ଏହି ଦିଗରେ ମିଳିତ ଉଦ୍ୟମ କରିଛନ୍ତି।

ଜିଓ ନ୍ୟୁଜ୍ ସହ କଥାବାର୍ତ୍ତା କରି ସରିଫ କହିଛନ୍ତି, “ଆଇଏମ୍ଏଫ୍ ର କଠିନ ସର୍ତ୍ତ ପୂରଣ ହୋଇଛି ଏବଂ ବର୍ତ୍ତମାନ ଆମେ କିଛି ଦିନ ମଧ୍ୟରେ କର୍ମଚାରୀ ସ୍ତରୀୟ ଚୁକ୍ତିନାମା ସ୍ୱାକ୍ଷର କରିବୁ। ଅର୍ଥମନ୍ତ୍ରୀ ଇସ୍ହାକ୍ ଦାର୍ ମଧ୍ୟ ଏଭଳି ବିବୃତ୍ତି ଦେଇଛନ୍ତି। ଅନେକ ଥର ଦେଇଛନ୍ତି। ପାକିସ୍ତାନର ଅର୍ଥନୀତି ଗୁରୁତର ଚାପରେ ରହିଛି। ଆଇଏମ୍ଏଫ୍ ତରଫରୁ ୧.୧ ବିଲିୟନ ଡ଼ଲାର୍ କିସ୍ତି ପାଇଁ ଦେଶ ଉତ୍ସାହର ସହିତ ଅପେକ୍ଷା କରିଛି। ଏହା ଆଇଏମଏଫର ୬.୫ ବିଲିୟନ ଡଲାର ରିଲିଫ ପ୍ୟାକେଜର ଏକ ଅଂଶ, ଯାହା ୨୦୧୯ ରେ ମୁଦ୍ରା ପାଣ୍ଠି ଦ୍ୱାରା ଅନୁମୋଦିତ ହୋଇଥିଲା ଜ୍ଝ

Leave A Reply

Your email address will not be published.