କରାଚୀ ବନ୍ଦରର ଏକ ବଡ ଅଂଶକୁ ୟୁଏଇର କମ୍ପାନୀକୁ ଲିଜରେ ଦେଲା ପାକିସ୍ତାନ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପାକିସ୍ତାନର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ବିଶ୍ୱର ଅନେକ ଆର୍ଥିକ ସଂସ୍ଥା ମଧ୍ୟ ପାକିସ୍ତାନକୁ ଆଉ ଋଣ ଦେବାକୁ ପ୍ରସ୍ତୁତ ନାହାନ୍ତି । ତେଣୁ ଏଥିରୁ ସାମୟିକ ଭାବେ ବର୍ତ୍ତିବାକୁ ଯାଇ କରାଚୀ ବନ୍ଦର ଏକ ବଡ ଅଂଶକୁ ପାକିସ୍ତାନ ୟୁଏଇର ଏକ କମ୍ପାନୀକୁ 50 ବର୍ଷ ପାଇଁ ଲିଜରେ ଦେଇ ଦେଇଛି । କରାଚୀର ଏଡି ପାର୍ଟ୍ସ ଗ୍ରୁପ ଓ କରାଚୀ ପୋର୍ଟ ଟ୍ରଷ୍ଟ ମଧ୍ୟରେ ଏହାକୁ ନେଇ ପାକିସ୍ତାନକୁ 220 ବିଲିୟନ ଡଲାର ବା ପାଖାପାଖି 63,129 କୋଟି ଟଙ୍କାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁଯାୟୀ, ୟୁଏଇର ଏହି କମ୍ପାନୀ କରାଚୀର ବନ୍ଦରର ବର୍ଥ 6 ଠାରୁ ଆରମ୍ଭ କରି 9 ଯାଏ ପରିଚାଳନା କରିବା ଓ ବିକଶିତ କରିବ ।

ସବୁଠାରୁ ବଡ କଥା ହେଲା ଯେ କରାଚୀର ଏହି ବନ୍ଦର ଦକ୍ଷିଣ ଏସିଆର ସବୁଠାରୁ ବଡ ବନ୍ଦର ମଧ୍ୟରେ ଅନ୍ୟତମ । ପାକିସ୍ତାନର ଏହା ସବୁଠାରୁ ବଡ ବନ୍ଦର ଓ ସବୁଠାରୁ ବ୍ୟସ୍ତ ବହୁଳ ବନ୍ଦର । ଏହି ବନ୍ଦରରେ ମୋଟ 33ଟି ବର୍ଥ ରହିଛି । ବର୍ଥ ସେହି ପ୍ଲାଟଫର୍ମକୁ କୁହା ଯାଇଥାଏ ଯେଉଁଠାରେ ବନ୍ଦରରେ ଜାହାଜ ଆସି ଠିଆ ହୋଇଥାଏ ।50 ବର୍ଷ ପାଇଁ ୟୁଏଇର ଏହି କମ୍ପାନୀ ଏହି ବିମାନ ବନ୍ଦରର ପରିଚାଳନା କରିବ ।

ଏହି ଚୁକ୍ତି ଅନୁସାରେ ୟୁଏଇ ପାକିସ୍ତାନରେ 50 ମିଲିୟନ ଆମେରିକୀୟ ଡଲାରର ଆଗୁଆ ନିବେଶ କରିବ । ଏହା ପରେ ପାକିସ୍ତାନ ଇଣ୍ଟରନ୍ୟାସନାଲ କଣ୍ଟେନର ଟର୍ମିନାଲ ଓ ପୋର୍ଟ କାସିମରେ ମଧ୍ୟ ୟୁଏଇ ପୁଞ୍ଜି ନିବେଶ କରିବ ବୋଲି ଜଣା ପଡିଛି। ଦେବାଳିଆ ହେବାରୁ ବର୍ତ୍ତିବାକୁ ପାକିସ୍ତାନ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି । ପାକିସ୍ତାନ ପାଖରେ ଟଙ୍କାର ଘୋର ଅଭାବ ରହିଛି।

ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ସର୍ବନିମ୍ନ ସ୍ତରକୁ ଚାଲି ଯାଇଛି । ଏଭଳି ପରିସ୍ଥିତିରେ ପାକିସ୍ତାନ ଯେ କୌଣସି ସମୟରେ ଦେବାଳିଆ ହେବାର ଆଶଙ୍କା ଦେଖା ଦେଇଛି । ତେଣୁ ଦେବାଳିଆ ହେବାରୁ ବର୍ତ୍ତିବାକୁ ପାକିସ୍ତାନ ନିଜର ସମ୍ପତ୍ତି ଗୁଡିକୁ ଲିଜରେ ଦେଉ କାମ ଚଳାଇବାକୁ ପ୍ରୟାସରେ ଲାଗିଛି।

Leave A Reply

Your email address will not be published.