ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପାକିସ୍ତାନର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ପିଟିଆଇ ନେତା ଫୱାଦ ଚୌଧୁରୀଙ୍କୁ ଗିରଫ କରାଯାଇଛି। ଏହି ସମୟରେ ଇମ୍ରାନ ଖାନଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯାଇପାରେ ବୋଲି କଳ୍ପନାଜଳ୍ପନା ଜୋର ଧରିଛି। ଫୱାଦ ଚୌଧୁରୀ ଗିରଫ ହେବା ପରେ ବହୁ ସଂଖ୍ୟାରେ ତାଙ୍କ ସମର୍ଥକ ଇମ୍ରାନ ଖାନଙ୍କ ଘର ବାହାରେ ଏକାଠି ହୋଇଥିଲେ।
ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ଚୌଧୁରୀ ପୂର୍ବରୁ ଦାବି କରିଥିଲେ ଯେ ଶେହବାଜ ସରିଫଙ୍କ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ଯୋଜନା କରୁଛନ୍ତି। ଇସଲାମାବାଦ ପୋଲିସ ଏହି ଗିରଫଦାରୀକୁ ନିଶ୍ଚିତ କରିଛି।