ଇନଫୋସିସ୍ ସହ-ପ୍ରତିଷ୍ଠାତାଙ୍କୁ ଗୁରୁଦାୟିତ୍ୱ ଦେଲେ ପିଏମ୍

0

ଓଡ଼ିଆ ନ୍ୟୁଜ୍: ଇନଫୋସିସ୍ ସହ-ପ୍ରତିଷ୍ଠାତାଙ୍କୁ ଗୁରୁଦାୟିତ୍ୱ ଦେଲେ ପିଏମ୍ ମୋଦି। ପରୀକ୍ଷାକୁ ସ୍ୱଚ୍ଛ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ତାଙ୍କ ସରକାରଙ୍କ ପ୍ରତିବଦ୍ଧତାକୁ ଲଗାତାର ଦୋହରାଇଛନ୍ତି । ଫାଷ୍ଟ ଟ୍ରାକ୍ କୋର୍ଟ, ୧୦ ବର୍ଷ ଜେଲ୍ ଦଣ୍ଡଠାରୁ ଆରମ୍ଭ କରି ୧୦ କୋଟି ଟଙ୍କା ଜରିମାନା ପ୍ରାବଧାନ ବ୍ୟବସ୍ଥା କରାଯାଉଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଏକ ସର୍ଟ ଭିଡିଓ ସେୟାର କରି ବଡ଼ ଘୋଷଣା କରିଛନ୍ତି । ଦେଶରେ ପରୀକ୍ଷା ସଂସ୍କାର ପାଇଁ ଟାସ୍କ ଫୋର୍ସ ଗଠନ କରିଛନ୍ତି ସରକାର । ପ୍ରଧାନମନ୍ତ୍ରୀ ମୋଦୀ ନିଜ ଭିଡିଓ କରି ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, “ଫ୍ରେଣ୍ଡ୍ସ, ବିଦ୍ୟାର୍ଥୀଙ୍କ ଭବିଷ୍ୟତ ପାଇଁ ଭାରତ ସରକାର ଲଗାତାର ଅନେକ ପଦକ୍ଷେପ ନେଉଛନ୍ତି । ଯେଉଁ ଲୋକମାନେ ବିଦ୍ୟାର୍ଥୀଙ୍କ ଜୀବନ ସହ ଖେଳିଛନ୍ତି, ସେମାନେ ଜେଲ୍ ଭିତରେ ଅଛନ୍ତି । ଆମେ ଫାଷ୍ଟ ଟ୍ରାକ୍ କୋର୍ଟ କରିସାରିଛୁ, ପାର୍ଲାମେଣ୍ଟ ଭିତରେ ବି କଠୋର ଆଇନ ସହ ନୂଆ ଆଇନ ପ୍ରଣୟନ କରିବା ଦିଗରେ ଆଗକୁ ବଢୁଛୁ । କିନ୍ତୁ ଆମକୁ ଭବିଷ୍ୟତ ପାଇଁ ଚିନ୍ତା କରିବାର ଅଛି ।” ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମ ପରୀକ୍ଷା ପଦ୍ଧତି ବିଶ୍ୱସ୍ତ ହେଉ, ଟ୍ରାନ୍ସପେରେଣ୍ଟ ହେଉ । ଆମ ପରୀକ୍ଷା ପଦ୍ଧତି ସର୍ବାଧିକ ଟେକ୍ନୋଲୋଜିର ବ୍ୟବହାର ହେଉ । ଏହି ସବୁକୁ ଦୃଷ୍ଟିରେ ରଖି ବିଶ୍ୱ ପ୍ରସିଦ୍ଧ ଟେକ୍ନୋଲୋଜି ଏକ୍ସପର୍ଟ ନନ୍ଦନ ନିଲେକନିଙ୍କ ନେତୃତ୍ୱରେ ଏକ ହାଇ ପାୱାର ଟାସ୍କ ଫୋର୍ସ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.