ଓଡ଼ିଆ ନ୍ୟୁଜ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ତୃତୀୟ ପାଳିକୁ ଆଜି ପୁରିଛି ୨ବର୍ଷ । ୨୦୧୪ ମେ ୨୬ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେଇଥିଲେ । ୨୦୧୪ରୁ ଆଜି ଯାଏଁ ନିରବଚ୍ଛିନ୍ନ ଭାବେ ପ୍ରଧାନମନ୍ତ୍ରୀ ମୋଦି କାର୍ୟ୍ୟ ତୁଲାଇ ଆସୁଛନ୍ତି । ଆଉ ୨୦୨୪ ଠାରୁ ଆରମ୍ଭ ହୋଇଥିଲା ମୋଦୀଙ୍କର ତୃତୀୟ ପାଳି ଯାହାକୁ ଆଜି ଛୁଇଁଛି ୨ବର୍ଷ । ମୋଦିଙ୍କ ପ୍ରଧାନମନ୍ତ୍ରୀ କାର୍ୟ୍ୟକାଳ ଭିତରେ ଦେଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏହାରି ଭିତରେ ତିନି ତଲାକ୍ ବିଲ ଉଚ୍ଛେଦ, କାଶ୍ମୀରରୁ ଧାରା ୩୭୦ ହଟାଇବା ଏବଂ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉଛି ତାଙ୍କ ଶାସନ କାଳର ପ୍ରମୁଖ ଘଟଣାବଳୀ । ପ୍ରଧାନମନ୍ତ୍ରୀ ଯେଉଁ ରେର୍କଡ କରିଛନ୍ତି ୨୦୧୪ରୁ ଆଜି ଯାଏଁ ନିରବିଚ୍ଛିନ୍ନ ଭାବରେ ରହି କାର୍ୟ୍ୟ କରିବା ।
ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ମଧ୍ୟ ଶାସନ କ୍ଷମତାର ସମୟ ଗଣତିରେ ପଛରେ ପକାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ଲମ୍ବା ସମୟ ଧରି ପ୍ରଧାନମନ୍ତ୍ରୀ ହେବାରେ ତାଙ୍କର ଲଗାତାର ରେର୍କଡ ରହିଛି । ମୋଦୀ ସଫଳତାର ସହ ଭାରତୀୟ ଜନତା ପାର୍ଟିକୁ ଶୀର୍ଷରେ ରଖିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।