ଲୋକପ୍ରିୟ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଲୋକପ୍ରିୟ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ ହୋଇଛି। ମଧୁମେହ ଜନିତ ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ତାଙ୍କର ବିୟୋଗ ହୋଇଥିବା ସୂଚନା ମିଳିଛି। ୧୯୮୮ ମସିହାରେ ସେ ଦିଲ୍ଲୀର ନ୍ୟାସ୍‌ନାଲ ସ୍କୁଲ୍ ଅଫ୍ ଡ୍ରାମାରୁ ପାସ୍‌ ହେବା ପରେ ଅଭିନୟ ଜଗତରେ ପାଦ ରଖିଥିଲେ। ପଥର ଖସିଲା ବଡ଼ ଦେଉଳୁ ଥିଲା ତାଙ୍କର ପ୍ରଥମ ଓଡ଼ିଆ ସିନେମା । କେବଳ ଓଡ଼ିଆ ସିନେମା ନୁହେଁ ବଲିଉଡ୍ ଓ ହଲିଉଡ୍ ବି ସେ ନିଜ ଅଭିନୟର ଯାଦୁ ଦେଖାଇଥିଲେ । ‘ସିଟି ଅଫ୍ ଜୟ ‘ ଅନ୍ୟଟି ଇଲେକ୍ଟ୍ରିକ୍ ମୁନ’ ଆଦି ହଲିଉଡ଼ ସିନେମାରେ ତାଙ୍କର ବଳିଷ୍ଠ ଅଭିନୟ ଦେଖିବାକୁ ମିଳିଥିଲା। ସେହିପରି ହିନ୍ଦୀରେ ପ୍ରଶାନ୍ତ ନନ୍ଦଙ୍କ ସିରିଏଲ ଅନ୍ତର୍ଦାହରେ ମଧ୍ୟ ସେ ଅଭିନୟ କରିଥିଲେ ।

ଚକ୍ରଧର ଜେନା ଦୁଇଟି ହଲିଉଡ଼ ସିନେମାରେ ଅଭିନୟ କରିଥିଲେ। ଗୋଟିଏ ହେଲା ‘ସିଟି ଅଫ୍ ଜୟ ‘ ଅନ୍ୟଟି ଇଲେକ୍ଟ୍ରିକ୍ ମୁନ’ରେ ତାଙ୍କର ବଳିଷ୍ଠ ଅଭିନୟ ଦେଖିବାକୁ ମିଳିଥିଲା। ସେହିପରି ହିନ୍ଦୀରେ ପ୍ରଶାନ୍ତ ନନ୍ଦଙ୍କ ସିରିଏଲ ଅନ୍ତର୍ଦାହରେ ମଧ୍ୟ ସେ ଅଭିନୟ କରିଥିଲେ। ପଥର ଖସିଲା ବଡ଼ ଦେଉଳୁ ଥିଲା ତାଙ୍କର ପ୍ରଥମ ଓଡ଼ିଆ ସିନେମା। ଏହାପରେ ସେ ଏକାଧିକ ଓଡ଼ିଆ ସିନେମା ଓ ଧାରାବାହିକରେ ଅଭିନୟ କରିଥିଲେ |

ସୂଚନା ଅନୁଯାୟୀ, ଗତ କିଛିଦିନ ହେବ ଚକ୍ରଧର ଜେନାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା। ସେ ମଧୁମେହ ଜନିତ ରୋଗରେ ପୀଡ଼ିତ ଥିଲେ । ସୋମବାର ତାଙ୍କର ଶରୀର ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକେ ତାଙ୍କୁ ଏମ୍ସରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ବିୟୋଗରେ ଓଡ଼ିଆ ସିନେମାର ଅପୂରଣୀୟ କ୍ଷତି ହୋଇଛି।

Leave A Reply

Your email address will not be published.