ପ୍ରତାପ ଦେବଙ୍କୁ ନିର୍ବାଚନ ଅଧିକାରୀ ନିଯୁକ୍ତ କଲା ବିଜେଡି

0

ଓଡ଼ିଆ ନ୍ୟୁଜ୍: ସାଙ୍ଗଠନିକ ନିର୍ବାଚନ ପରିଚାଳନା ପାଇଁ ସୋମବାର ନିର୍ବାଚନ ଅଧିକାରୀ ନିଯୁକ୍ତ କରିଛି ବିଜୁ ଜନତା ଦଳ। ଦଳର ସଭାପତି ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରିଛନ୍ତି। ଏନେଇ ବିଜେଡି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତାପ କେଶରୀ ଦେବ ହେଉଛନ୍ତି ବିଜେଡିର ବରିଷ୍ଠ ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ମନ୍ତ୍ରୀ ଏବଂ ବର୍ତ୍ତମାନର ବିଧାୟକ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ।

ବର୍ତ୍ତମାନ ପ୍ରତାପ ଦେବ ଦଳୀୟ ନିର୍ବାଚନକୁ ପରିଚାଳନା କରିବା ସହିତ ସେ ବିଭିନ୍ନ ଜିଲ୍ଲାରେ ମଧ୍ୟ ପ୍ରତିନିଧି ରଖିବେ। ପରେ ଏହି ପ୍ରକ୍ରିୟାର ପରିଚାଳନା ପାଇଁ ଦଳର ୩୩ ଟି ସାଙ୍ଗଠନିକ ଜିଲ୍ଲା ପାଇଁ ରିଟର୍ଣ୍ଣିଂ ଅଧିକାରୀ ନିଯୁକ୍ତ ହେବେ।

Leave A Reply

Your email address will not be published.