ଏଣିକି ୬ ବର୍ଷ ନହେଲେ ଲେଖେଇ ହେବନି ପ୍ରଥମରେ ନାମ ଲେଖା

0

ଓଡ଼ିଆ ନ୍ୟୁଜ୍: ଏଣିକି ୬ ବର୍ଷ ନହେଲେ ଲେଖେଇ ହେବନି ପ୍ରଥମରେ ନାମ ଲେଖା। ଏହା ଦ୍ବାରା ୫-୬ବର୍ଷ ବୟସର ପିଲାମାନଙ୍କୁ ‘ପ୍ରି ସ୍କୁଲ ଶିକ୍ଷା’ରେ ନାମ ଲେଖାଇବାର ସୁଯୋଗ ମିଳିବ। ଏହାସହିତ ସବୁ ପ୍ରାଥମିକ ସ୍କୁଲରେ ‘ଶିଶୁ ବାଟିକା’ ଖୋଲିବ। ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୬ ମସିହାରୁ ରାଜ୍ୟରେ ଏହି ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ‘ଜାତୀୟ ଶିକ୍ଷା ନୀତି-୨୦୨୦’ର ପ୍ରାବଧାନ ଅନୁସାରେ ରାଜ୍ୟ ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ପିଲାଙ୍କ ବୟସ ୬ବର୍ଷ ହୋଇଥିବା ଜରୁରୀ। ଶିକ୍ଷାବର୍ଷର ସେପ୍ଟେମ୍ବର ୧ ସୁଦ୍ଧା ପିଲାର ବୟସ ୬ ବର୍ଷରୁ ଊର୍ଦ୍ଧ୍ବ ହେବା ଆବଶ୍ୟକ।

୨୦୨୫-୨୬ ଶିକ୍ଷାବର୍ଷରୁ ସମସ୍ତ ପ୍ରାଥମିକ ସ୍କୁଲରେ ଅତିରିକ୍ତ ପ୍ରି-ସ୍କୁଲ ଶ୍ରେଣୀ ଖୋଲିବ, ଯାହାକି ‘ଶିଶୁବାଟିକା’ ନାମରେ ନାମିତ ହେବ। ସେଠାରେ ୫-୬ବର୍ଷ ବୟସର ପିଲାମାନେ ନାମଲେଖାଇ ପାରିବେ। ତେବେ ଓଡ଼ିଶାରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’ କାର୍ଯ୍ୟାନ୍ୱୟନ ଉପରେ ଏକ ତିନି ଦିନିଆ ଜାତୀୟ କର୍ମଶାଳା ଜାନୁଆରୀ ୨୧ ରୁ ୨୩, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତେବେ ଓଡ଼ିଶାରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’ କାର୍ଯ୍ୟାନ୍ୱୟନ ଉପରେ ଏକ ତିନି ଦିନିଆ ଜାତୀୟ କର୍ମଶାଳା ଜାନୁଆରୀ ୨୧ ରୁ ୨୩, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.