ବିଦେଶରେ ପ୍ରଥମ ଓଡିଆ ଫିଲ୍ମ ଭାବରେ ‘ପ୍ରଥା’ ଆରମ୍ଭ କଲା ବ୍ୟବସାୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପ୍ରଥମ ଓଡ଼ିଆ ସିନେମା ‘ପ୍ରଥା’, ଜାନୁଆରୀ ୨୮ ତାରିଖ ଦିନ ୨:୩୦ ରେ ଆମେରିକା ର କନେକଟୀକଟ ରାଜ୍ୟ ର ହାର୍ଟଫୋର୍ଡ଼ ସହର ର ଆପେଲ ସିନେମା ରେ ପ୍ରଦର୍ଶିତ ହୋଇ ବ୍ଯବସାୟିକ ସଫଳତା ପାଇଛି । ସକାଳର ଠାରୁ ପ୍ରବଳ ତୁଷାରପାତ ସତ୍ୱେ, ୩୦ ରୁ ୩୫ ଓଡ଼ିଆ ଦର୍ଶକ ସିନେମା ଘରୁ ବାହାରି ସିନେମା ଟିକୁ ଦେଖିଥିଲେ ଏବଂ ଭଲ ପାଇବା ଦେଇଛନ୍ତି । ସିନେମା ଟି ଆମେରିକା ର ଅନ୍ୟ ସହର ମାନଙ୍କ ରେ ଏବଂ କାନାଡ଼ା ର ଟରୋନଟୋ ସହର ରେ ପ୍ରଦଶ୍ରିତ ହବାର ଆୟୋଜନ କରାଯାଇଛି ।

ବିଦେଶରେ ଓଡିଆ ଫିଲ୍ମ ‘ପ୍ରଥା’ ସମସ୍ତଙ୍କ ମନୋରଞ୍ଜନ କରିବା ସହ ବିଦେଶରେ ଓଡିଆ ମାଟିର ବାସ୍ନା ଦେଇଥିଲା । ଦର୍ଶକ ମାନେ ଫିଲ୍ମକୁ ପ୍ରଶଂସା କରିବା ସହ ଫିଲ୍ମର ନିର୍ମାତାଙ୍କୁ ଅଶେଷ ଧାନ୍ୟବାଦ ଦେଇଛନ୍ତି । ଜଣେ ଦର୍ଶକ କହିଲେ ଏହି ଫିଲ୍ମ ଓଡ଼ିଶା କୋରାପୁଟ ଭାଷା ଓ କୋରାପୁଟର ମନୋମୁଗ୍ଧକର ଦୃଶ୍ୟ ଦେଖି ବହୁତ ଖୁସି ଲାଗିଲା । ଏହି ଫିଲ୍ମଟି ପ୍ରକୃତରେ ଓଡ଼ିଶାକୁ ଦେଶ ବିଦେଶରେ ଏକ ନୂଆ ପରିଚୟ ନିଶ୍ଚିତ ଦେବ କାରଣ ଓଡ଼ିଶାର ବହୁତ ପ୍ରଥା ଅଛି ଯାହା ବନ୍ଦ ହେବା କଥା ଓ କିଛି ପ୍ରଥା ଓଡ଼ିଶାରେ ଏକତା ଆଣି ବହୁତ ଲୋକପ୍ରିୟ ହୋଇଛି ତାହା ଏହି ଫିଲ୍ମରେ ବହୁତ ସୁନ୍ଦର ଭାବରେ ବର୍ଣନା କରାଯାଇଛି । ଆଶା କରୁ ଆଗକୁ ଆହୁରି ଏହିପରି ଭଲ ଭଲ ଓଡିଆ ଫିଲ୍ମ ବିଦେଶରେ ରିଲିଜ୍ ହେବ ।

ଏବେ ଓଡ଼ିଆ ଫିଲ୍ମ ପ୍ରଦର୍ଶିତ ହେବାରେ ଅସୁବିଧା ହେବା ନାହିଁ। ହଲ୍ ସମସ୍ୟା ଠୁ ଭଳି ବଡ଼ ସମସ୍ୟାକୁ ମାତ୍ ଦେଇଛି ଆମ ଓଡିଆ ଫିଲ୍ମ । କେବଳ ଓଡ଼ିଶାରେ ନୁହେଁ ଏବେ ପୁରା ଦେଶ ଓ ବିଦେଶରେ ମଧ୍ୟ ଓଡ଼ିଆ ଫିଲ୍ମ ପ୍ରଦର୍ଶିତ ହେବ। ବିଦେଶ ବିତରଣ କମ୍ପାନୀ ଆର୍କିଭେଣ୍ଟସ୍ ପ୍ରଡକସନ୍ସ ଓ ପ୍ରଭୁଦତ୍ତ ମହାନ୍ତି, ସୌଦାମିନୀ ମଲ୍ଲିକ, ଅକ୍ଷୟ ମହାନ୍ତି, ଡିଏସ୍ ବେହେରା ଏବଂ ସଞ୍ଜୟ ଦଳାଇଙ୍କ ସହଯୋଗରେ ବିଦେଶରେ ପ୍ରଦର୍ଶିତ ହେଇପାରିବ ଓଡିଆ ଫିଲ୍ମ । ଏକା ସମୟରେ ଓଡ଼ିଶା ସହ ଦେଶର ଅନ୍ୟ ସହର ଓ ବିଦେଶରେ ମଧ୍ୟ ପ୍ରଦର୍ଶିତ ହେବ ଓଡ଼ିଆ ସିନେମା। ପାଖା ପାଖି ୩୦ରୁ ୪୦ ହଲ୍ ରେ ରିଲିଜ୍ ହେବ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଆମେରିକାରେ ୧୦ ଟି, କାନାଡାରେ ୫ ଟି, ୟୁକେରେ ୪ ଟି ଓ ୟୂରୋପିଆନ ଦେଶ ମାନଙ୍କ ଛଡା, ଅଷ୍ଟ୍ରେଲିଆ, ନେଦରଲାଣ୍ଡ ଭଳି ସ୍ଥାନରେ ପ୍ରଦର୍ଶିତ ହୋଇପାରିବ। ହଲ୍ ଅସୁବିଧା ରହିବ ନାହିଁ ଆଉ ଅଧିକ ବ୍ୟବସାୟ ମଧ୍ୟ ହୋଇପାରିବ। ରିଲ ଟୁ ସାଟେଲାଇଟ ପଢାନ୍ତିରେ ପ୍ରଦର୍ଶିତ ହେବ। ନୂଆ ଟେକ୍ନୋଲୋଜୀର ବ୍ୟବହାର କରାଯାଇ ଓଡ଼ିଆ ଫିଲ୍ମ କୁ ସବୁଠାରେ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରାଯାଉଛି ।

Leave A Reply

Your email address will not be published.