ସିଭିଲ ସର୍ଭିସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଧିକାରୀମାନଙ୍କୁ ସମ୍ମାନିତ କଲେ ପିଏମ ମୋଦୀ !

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସାଧାରଣ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘ସିଭିଲ ସର୍ଭିସ ଦିବସରେ ଆପଣ ସମସ୍ତ କର୍ମ ଯୋଗୀଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆଜି ଏହି ପୁରସ୍କାର ଗ୍ରହଣ କରିଥିବା ସହକର୍ମୀଗଣଙ୍କୁ, ସେମାନଙ୍କର ସମଗ୍ର ଦଳକୁ ଏବଂ ସେହି ରାଜ୍ୟକୁ ମଧ୍ୟ ଅନେକ ଅନେକ ଅଭିନନ୍ଦନ। ଭାରତ ପ୍ରତିବର୍ଷ ୨୧ ଏପ୍ରିଲକୁ ‘ଜାତୀୟ ନାଗରିକ ସେବା ଦିବସ’ ଭାବରେ ପାଳନ କରିଥାଏ। ସରକାରୀ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମକୁ ଚିହ୍ନିବା ପାଇଁ ଏହି ଦିନ ପାଳନ କରାଯାଏ। ପ୍ରତିବର୍ଷ ଏହି ଦିନ ସରକାରୀ କର୍ମଚାରୀ ଯେଉଁମାନେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି ସେମାନଙ୍କୁ ସମ୍ମାନିତ କରାଯାଏ।

ଏହି ଦିନକୁ ସିଭିଲ ସର୍ଭିସ ଡେ ଭାବରେ ମନୋନୀତ କରାଯାଇଥିଲା କାରଣ ସ୍ବାଧୀନତା ପରେ ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ଭାଲାଭଭାଇ ପଟେଲ ୧୯୪୭ ମସିହା ଏପ୍ରିଲ ୨୧ ରେ ଦିଲ୍ଲୀର ମେଟକାଲଫ ହାଉସରେ ପ୍ରଶାସନିକ ସେବା ଅଧିକାରୀଙ୍କ ପ୍ରୋବେସନର୍ସଙ୍କୁ ସମ୍ବୋଧିତ କରିଥିଲେ। ପ୍ରଥମ ଜାତୀୟ ନାଗରିକ ସେବା ଦିବସ ୨୦୦୬ ମସିହାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପାଳନ କରାଯାଇଥିଲା। ପ୍ରଶାସନିକ ସେବାରେ ନିୟୋଜିତ ଅଧିକାରୀଙ୍କ କାର୍ଯ୍ୟର ମୂଲ୍ୟାଙ୍କନ କରି ଭାରତ ସରକାର ସେମାନଙ୍କୁ ସମ୍ମାନିତ କରିଥିଲେ।ଚାର୍ଲ୍ସ କର୍ଣ୍ଣୱାଲିସ୍ ‘ସିଭିଲ୍ ସର୍ଭିସର ପିତା’ କୁହାଯାଏ। ଭାରତରେ ନାଗରିକ ସେବାର ଆଧୁନିକୀକରଣ ଏବଂ ସଂସ୍କାରରେ କର୍ଣ୍ଣୱାଲିସ୍ ଏକ ମହତ୍ଵପୂର୍ଣ ଅବଦାନ ରଖିଥିଲେ।

Leave A Reply

Your email address will not be published.