ରାଜ୍ୟସଭାରେ ବୁଧବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ବୁଧବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଛନ୍ତି। ଏହି ସମୟରେ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି ମୋଦୀ। ସେ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି, ବାବାସାହେବ ନଥିଲେ ସଂରକ୍ଷଣ ମଧ୍ୟ ମିଳିନଥା’ନ୍ତା। ସେ କହିଛନ୍ତି ଯେ ପଣ୍ଡିତ ନେହରୁ ଏହା ବିରୋଧରେ ଥିଲେ । ସେ ଦେଶର ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଥିବା ଚିଠିରେ କହିଥିଲେ ଯେ ମୁଁ ଏହାକୁ ବିରୋଧ କରୁଛି ଏବଂ ଚାକିରି କ୍ଷେତ୍ରରେ ଏହା ଆଦୌ ହେବା କଥା ନୁହେଁ । ପିଏମ୍ ମୋଦୀ ନେହରୁଙ୍କ ସେହି ଚିଠିର ଅନୁବାଦ ପଢି କହିଛନ୍ତି, ‘ନେହରୁ ଜୀ ଲେଖିଥିଲେ ଯେ ମୁଁ କୌଣସି ପ୍ରକାର ସଂରକ୍ଷଣକୁ ପସନ୍ଦ କରୁ ନାହିଁ । ଚାକିରିରେ ସଂରକ୍ଷଣକୁ ବିଲକୁଲ୍ ପସନ୍ଦ କରୁ ନାହିଁ । ମୁଁ ଏପରି ପଦକ୍ଷେପ ବିରୋଧରେ ଅଛି, ଯାହା ଅକୁଶଳତାକୁ ବଢାଇବ । ଏଥିପାଇଁ ମୁଁ କହୁଛି କଂଗ୍ରେସ ଜନ୍ମରୁ ହିଁ ସଂରକ୍ଷଣ ବିରୋଧରେ ରହିଛି’।

ପିଏମ୍ କହିଛନ୍ତି, ‘ନେହରୁ ଜୀ କହୁଥିଲେ ଯେ ଯଦି ଏସସି, ଏସଟି ଏବଂ ଓବିସିଙ୍କୁ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ମିଳେ ତେବେ ସରକାରୀ କାମର ସ୍ତର ଦୁର୍ବଳ ହୋଇଯିବ । ଯଦି ସେହି ସମୟରେ ସେମାନେ ସରକାରରେ ଭର୍ତ୍ତି ହୋଇଥାନ୍ତେ ଏବଂ ପ୍ରମୋସନ ପାଇଁ ଆଗକୁ ବଢିଥାନ୍ତେ, ତେବେ ସେମାନେ ଆଜି ଏଠାରେ ପହଞ୍ଚିଥାନ୍ତେ’। ପିଏମ୍ ମୋଦୀ କହିଛନ୍ତି ଯେ କଂଗ୍ରେସ ଜାମ୍ମୁ କାଶ୍ମୀରର ଏସସି, ଏସଟି ଏବଂ ଓବିସି ବର୍ଗକୁ ୭ ଦଶନ୍ଧି ଯାଏ ସେମାନଙ୍କ ଅଧିକାରୀରୁ ବଞ୍ଚିତ ରଖିଥିଲେ । ଯେତେବେଳେ ଏହି ଧାରା ହଟିଲା, ଆମେ ଏହାକୁ ନେଇ ପ୍ରାବଧାନ କଲୁ ଏବଂ ବଞ୍ଚିତଙ୍କୁ ସେମାନଙ୍କ ଅଧିକାର ମିଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମୁଁ ସମ୍ମାନର ସହ ନେହେରୁଜୀଙ୍କୁ ବହୁତ ମନେପକାଏ। କିନ୍ତୁ ଥରେ ନେହେରୁଜୀ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିଲେ। ସେ ସେହି ପତ୍ରରେ ଲେଖିଥିଲେ, ମୁଁ କୌଣସି ସଂରକ୍ଷଣକୁ ପସନ୍ଦ କରେନାହିଁ। ବିଶେଷକରି ଚାକିରି କ୍ଷେତ୍ରରେ ସଂରକ୍ଷଣ ତ ଆଦୌ ନୁହେଁ। ସେ କହୁଥିଲେ, ଯଦି ଏସ୍‌ସି-ଏସ୍‌ଟି, ଓବିସି ସଂରକ୍ଷଣ ପାଇବେ ତେବେ ସରକାରୀ କାର୍ଯ୍ୟର ସ୍ତର ନିମ୍ନଗାମୀ ହେବ।

 

Leave A Reply

Your email address will not be published.