ଚୋରଙ୍କୁ କାବୁ କଲେ ଗ୍ରାମବାସୀ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚୋରଙ୍କୁ କାବୁ କଲେ ଗ୍ରାମବାସୀ | ଗତ କିଛିଦିନ ହେବ ,ପାଟକୁରା ନିର୍ବାଚନ ମଣ୍ଡଳୀ ସଦରଥାନା ଅଧିନରେ ଥିବା ,ଗ୍ରାମ ଗୁଡିକରେ ବାରମ୍ବାର ଚୋରି ହେଉଥିବାର ଅଭିଯୋଗ,ସଦର ଥାନା ଏବଂ ଚାନ୍ଦୋଳ ଫାଣ୍ଡିରେ ହୋଇଆସୁଥିଲା ।

କିନ୍ତୁ ଆଜି ଦିନ ଦ୍ବିପହରରେ ,ଦୁଇ ଚୋର ରସୁଲ ଖାନ୍ ଏବଂ ସୋହେଲ ଖାନ, ସଦର ଥାନା ଅନ୍ତର୍ଗତ ଶୋରିଷିଆ ଗ୍ରାମରୁ ଛେଳି ଚୋରିକରି, ଏକ ନମ୍ବର ବିହୀନ ବାଇକରେ ନେଉଥିବା ବେଳେ, ଛେଳି ଟି ଗାଡିରୁ ଡେଇଁ ପଡିଥିଲା | ଛେଳି କୁ ଧରିବା ପାଇଁ ବାଇକରେ ଯାଉଥିବା ୨ ଚୋର, ରାସ୍ତାରେ ବାଇକ ଅଟକାଇ ପୁନର୍ବାର ଛେଳିକୁ ଧରିବାକୁ ଉଦ୍ୟମ କରୁ କରୁ ,ଗ୍ରାମବାସୀଙ୍କ ହାବୁଡରେ ପଡିଯାଇ ଥିଲେ ।

ଗ୍ରାମବାସୀ ମାନେ ଏକାଠି ହୋଇ ଦୁଇ ଚୋରଙ୍କୁ କାବୁ କରିବା ସହ, ନିକଟସ୍ଥ ଚାନ୍ଦୋଳ ଫାଣ୍ଡି ଏବଂ ସଦରଥାନା କୁ ଜଣାଇଦେଇଥିଲେ | ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ,ନମ୍ବର ବିହୀନ ବାଇକ ଏବଂ ଗାଡି ରେ ଥିବା ଏକ ଧାରୁଆ ଛୁରୀ ସହ ଅଟକ ଥିବା ଦୁଇଜଣଙ୍କୁ,ନିଜ ହେପାଜତକୁ ନେଇ ପଚରାଉଚୁରା କରୁଥିବା ଜଣା ପଡିଛି |

Leave A Reply

Your email address will not be published.