ସୈଫ ଅଲ୍ଲୀ ଖାନଙ୍କ ବିକ୍ରମ ବେଦର ପ୍ରଥମ ଲୁକ୍ ଆଉଟ୍; ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ଶେୟାରରେ କଲେ ଋତିକ ରୋଶନ

0

ପ୍ରଶଂସକମାନଙ୍କର ଅପେକ୍ଷା ହେଲା ଶେଷ! ତାମିଲ ଚଳଚ୍ଚିତ୍ରର ବଲିଉଡ଼ ରିମେକ୍ ‘ବିକ୍ରମ ବେଦ’ରେ ଋତିକ ରୋଶନଙ୍କ ପ୍ରଥମ ଲୁକ୍ ପରେ ଏବେ ସୈଫ୍ ଅଲି ଖାନଙ୍କ ପ୍ରଥମ ଲୁକ ସାମ୍ନାକୁ ଆସିଛି । ଏଥିରେ ସୈଫ ଅଲି ଖାନ୍ ନିଜର ରଫ୍ ଆଣ୍ଡ ଟଫ୍ ଅବତାରରେ ନଜର ଆସିଛନ୍ତି । ତାଙ୍କର ଏହି ଲୁକ ସମସ୍ତଙ୍କୁ ପ୍ରଭାବିତ କରିଛି ।

ଋତିକ ରୋଶନ ଶୈଫଙ୍କ ଏହି ପ୍ରଥମ ଲୁକ ଇନ୍ଟାଗ୍ରାମରେ ଶେୟାର କରିଛନ୍ତି । ଫଟୋରେ ଶୈଫ ଅଲି ଖାନଙ୍କୁ ‘ଧଳା ସାର୍ଟ’ ଓ ‘ନୀଳ ଡେନିମ୍’ ସହ ହାତରେ ଘଡ଼ି ଓ ଆଖିରେ ଚଷମା ପିନ୍ଧିବାର ଦେଖାଦେଇଛି । ଏହା ସହ ନିଆରା ଦାଢ଼ୀ ଷ୍ଟାଇଲ ତାଙ୍କ ଲୁକକୁ ଆହୁରି ଇଣ୍ଟେସ ଲୁକ ଦେଉଛି । ଋତିକ ଏହି ଫଟୋ ଶେୟାର କରି ଲେଖିଛନ୍ତି ଯେ,‘ ବିକ୍ରମ । ମୁଁ ଜଣେ ଶ୍ରେଷ୍ଠ ଅଭିନେତାଙ୍କ ସହ କାମ କରୁଛି । ଜଣେ ବନ୍ଧୁ ଯାହାଙ୍କୁ ମୁଁ ଅନେକ ବର୍ଷରୁ ପ୍ରଶଂସା କରି ଆସୁଛି । ଏହା ମୋର ଏମିତି ଏକ ଅନୁଭୁତି ଯାହାକୁ ମୁଁ ମନେ ରଖିବି । ମୁଁ ଏହି ଫିଲ୍ମର ଆଉ ଅପେକ୍ଷା କରିପାରୁନି। କରୀନା କପୁର ଖାନ୍ ନିଜ ଇନ୍ଟାଗ୍ରାମରେ ସୈଫଙ୍କ ଏକ ଫଟୋ ଶେୟାର କରି ଲେଖିଛନ୍ତି, ସ୍ୱାମୀ ପୂର୍ବ ଅପେକ୍ଷା ଆହୁରି ହଟ୍ ଲାଗୁଛନ୍ତି । ମୁଁ ଏହି ଫିଲ୍ମର ଆଉ ଅପେକ୍ଷା କରିପାରୁନି ।’

ଏକ ସାକ୍ଷାତକାରରେ ସୈଫ ଅଲି ଖାନ୍ ତାଙ୍କ ଚରିତ୍ର ବିକ୍ରମ ବିଷୟରେ କହିଥିଲେ ଯେ ‘ବିକ୍ରମ, ଜଣେ ଶକ୍ତିଶାଳୀ, ସଫଳ ଏବଂ ବୁଦ୍ଧିମାନ ସହ ଗତିଶୀଳ ଆଇପିଏସ୍ ଅଧିକାରୀ ।’ ବିକ୍ରମଙ୍କ ଏହି ଲୁକ ଦେଖିବା ପରେ କୁହାଯାଇପାରେ ଯେ ସୈଫଙ୍କ ପାଇଁ ଏହି ଚରିତ୍ର ଠିକ୍ ଥିଲା ।

Leave A Reply

Your email address will not be published.