ସାଲୁଗା ହେଲେ ଉପବାଚସ୍ପତି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ନିର୍ଦ୍ୱନ୍ଦରେ ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କଲେ ବାଚସ୍ପତି ପ୍ରମିଳା ମଲିକ। ସାଲୁଗା ପ୍ରଧାନଙ୍କୁ ଉପବାଚସ୍ପତି ଭାବେ ଦାୟିତ୍ୱ । ସାଲୁଗାଙ୍କୁ ସର୍ବସମ୍ମତି କ୍ରମେ ଉପବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ଗୃହର ସମସ୍ତ ସଦସ୍ୟଙ୍କୁ  ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବିଧାୟକ ହେଉଛନ୍ତି ସାଲୁଗା ପ୍ରଧାନ ।

ସାଲୁଗା ପ୍ରଧାନ ଦୁଇଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ୨୦୦୦ ଏବଂ ୨୦୧୯ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସାଲୁଗା । ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଅନୁଷ୍ଠିତ ଉପବାଚସ୍ପତି ନିର୍ବାଚନରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ । ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ସାଲୁଗା ବିଧାନସଭାର ଗରିମା ଓ ନିରପେକ୍ଷତା ବଜାୟ ରଖିବେ ବୋଲି ଆଶା କରୁଛୁ । ସେହିପରି ଆଦିବାସୀ ବର୍ଗର ଜଣେ ନେତାଙ୍କୁ ଉପବାଚସ୍ପତି ଭାବେ ଚୟନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛି କଂଗ୍ରେସ ।

ସୂଚନାଯୋଗ୍ୟ, ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂହ ଇସ୍ତଫା ଦେଇଥିବା ବେଳେ କିଏ ଏହି ଆସନ ଅଧିକାର କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାପରେ ବିଜେଡି ଜି.ଉଦୟଗିରିର ଦୁଇ ଥରର ବିଧାୟକ ସାଲୁଗା ପ୍ରଧାନଙ୍କ ନାଁ  ଘୋଷଣା କରିଥିଲା। ଏହାପରେ ଗତକାଲି ସେ ଉପବାଚସ୍ପତି ପ୍ରାର୍ଥୀ ଭାବେ ଗତକାଲି ନାମାଙ୍କନ ଦାଖଲ କରିଥିଲେ।  ନାମାଙ୍କନ ଦାଖଲ ପରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ସାଲୁଗା ପ୍ରଧାନ କହିଥିଲେ ଉପବାଚସ୍ପତି ହେବା ପାଇଁ ମୋର ଯୋଗ୍ୟତା ରହିଛ। କାରଣ ମୁଁ ୨, ୨ ଥରର ବିଧାୟକ ।

Leave A Reply

Your email address will not be published.