ଆଜି ପବିତ୍ର ଅଁଳା ନବମୀ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀତିଥି ପବିତ୍ର ଅଁଳା ନବମୀ ବା ଧାତ୍ରୀ ନବମୀ ତଥା ଶ୍ରୀରାଧା ପାଦଦର୍ଶନ ଯାତ୍ରା ରୂପେ ସୁପରିଚିତ । ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇଥିବା ମାନବୀ ରାଧାଙ୍କର ପାଦପଦ୍ମଦ୍ୱୟକୁ ବର୍ଷକେ ଥରେ ନବମୀଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି । ଏଥିପାଇଁ ଏହା ଏହି ଦିବସ ରାଧାପାଦ ଦର୍ଶନ ନାମରେ ବିଦିତ ।

ମାନ୍ୟତା ରହିଛି ଯେ କାର୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥି ରୁ ନେଇ କାର୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭଗବାନ ଶ୍ରୀକୃଷ୍ଣ ଅଁଳା ଗଛରେ ନିବାସ କରନ୍ତି l ତେଣୁ ଏହିଦିନ ଅଁଳା ବୃକ୍ଷ କୁ ପୂଜା କରାଯାଇ ଥାଏ l ମାନ୍ୟତା ଅନୁସାରେ ଏହିଦିନ ପବିତ୍ର ନଦୀରେ ପୂଜା କରିବା ଦ୍ୱାରା ଜୀବନ ର ସମସ୍ତ ପାପ ରୁ ମୁକ୍ତି ମିଳିଥାଏ l ଅଁଳା ନବମୀ ଦିନ ସନ୍ଧ୍ୟାରେ ଅଁଳା ଗଛ ମୂଳେ ଘିଅ ଦୀପ ଜଳାନ୍ତୁ ଏବଂ ପୂର୍ବ ଦିଗ ଆଡକୁ ମୁଖ କରି କନକଧାରା ସ୍ତୋତ୍ର ପାଠ କରନ୍ତୁ । ଏହାଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆୟରେ ବୃଦ୍ଧି ହୋଇଥାଏ ।

ଏକ ସବୁଜ ରଙ୍ଗର କପଡାରେ ଅଁଳାକୁ ବାନ୍ଧି ଅଁଳା ନବମୀ ପୂଜାରେ ରଖିଦିଅନ୍ତୁ । ଏହାପରେ ସେହି ଅଁଳାକୁ ନେଇ ଧନ ରଖିବା ସ୍ଥାନରେ ରଖି ଦିଅନ୍ତୁ । ଏଭଳି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଅଁଳା ନବମୀ ଦିନ ଯଦି ଆପଣ ଅଁଳା ଗଛଟିଏ ଲଗାଇବେ ତେବେ ଏହା ଅତ୍ୟନ୍ତ ଶୁଭ । କୁହାଯାଏ ଯେଉଁ ଘରେ ଅଁଳା ଗଛ ଥାଏ ସେଠି ମା ଲକ୍ଷ୍ମୀ ନିବାସ କରିଥାନ୍ତି । ଏହାସହିତ ଘରେ ଧନର ଅଭାବ ହୋଇନଥାଏ । ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରନ୍ତି ନାହିଁ ଏବଂ ଘରେ ସୁଖ-ସମୃଦ୍ଧି ବଳବତ୍ତର ରହିଥାଏ । ଅଁଳା ନବମୀରେ ପୂଜା ପରେ କୌଣସି ବ୍ରାହ୍ମଣ ଓ ଗରିବ ବ୍ୟକ୍ତିକୁ ଭୋଜନ କରାଇବା ଉତ୍ତମ ଫଳଦାୟୀ ହୋଇଥାଏ । ଏହାଦ୍ୱାରା ଶନ୍ତାନ ସୁଖ ପ୍ରାପ୍ତି ହୋଇଥାଏ ।

Leave A Reply

Your email address will not be published.